Only for Entertainment

କପଡାର ରଙ୍ଗ ପଛର ରହସ୍ୟ ! ଜାଣନ୍ତୁ କେଉଁ ରଂଗର କପଡା କଣ ସୂଚାଏ ?

palaisdesaromes
0 48

ପ୍ରତ୍ୟେକ ରଂଗର କିଛି ନା କିଛି ମହତ୍ତ୍ୱ ରହିଥାଏ ଏବଂ ରଂଗକୁ ନେଇ ଅନେକ ବିଶ୍ୱାସ ମଧ୍ୟ ରହିଛି । କେବଳ ମଣିଷ ନୁହେଁ ଭଗବାନଙ୍କୁ ମଧ୍ୟ ରଂଗ ଅନୁଯାୟୀ ପୋଷାକ ପିନ୍ଧାଯାଇଥାଏ ଏହାଦ୍ୱାରା ଶୁଭ ଅଶୁଭ ମଧ୍ୟ ଜଣା ପଡିଥାଏ । ତେବେ କପଡା କିଣିଲା ବେଳେ ମଧ୍ୟ ଲୋକମାନେ ରଂଗ ଉପରେ ବିଶେଷ ଗୁରୁତ୍ୱ ଦେଇଥାଆନ୍ତି । ରଂଗ ପରିଧାନ କରିବା ପୂର୍ବରୁ ଏହା ଆମ ପାଇଁ ଶୁଭ କି ଅଶୁଭ ଏଥିପ୍ରତି ମଧ୍ୟ ଆମେ ମାନେ ଧ୍ୟାନ ଦେଇଥାଉ । ତେବେ ଆସନ୍ତୁ ଜାଣିବା କପଡା ରଂଗ ପଛର ରହସ୍ୟ ।

ଲାଲ:

ଲାଲ ରଙ୍ଗ ସାହାସ, ଇଚ୍ଛା ଶକ୍ତି ଓ ସମୃଦ୍ଧିକୁ ବୁଝାଏ।  ଲାଲ ରଙ୍ଗ କପଡା ସକାଳ ସମୟରେ ବ୍ୟବହାର ସକାଳେ କରନ୍ତୁ। ଏହା ଆପଣଙ୍କୁ ସୁନ୍ଦର ସକାଳର ଅନୁଭବ କରାଇବ।

କମଳା:

ଏହିରଙ୍ଗ ସ୍ୱତନ୍ତ୍ରତା, ଖୁସି, ଆତ୍ମ ସମ୍ମାନର ପ୍ରତୀକ। କୌଣସି ନୂଆ କାମ ଆରମ୍ଭ କରୁଥିଲେ ଏହି ରଙ୍ଗକୁ ପ୍ରାଥମିକତା ଦିଅନ୍ତୁ।

ହଳଦିଆ:

ଏହିରଙ୍ଗ ମନକୁ ଖୁସି ରଖେ। ଏହା ଆତ୍ମସମ୍ମାନର ପ୍ରତୀକ। ଲେଖାଲେଖି କାମ କରିବା ଲାଗି ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ।

ସବୁଜ:

ଏହି ରଙ୍ଗ ଖୋଲା ହୃଦୟ, ଦୟା ଓ ପ୍ରେମର ପ୍ରତୀକ। ଏହି ରଙ୍ଗ ମନକୁ ସତେଜ ଅନୁଭବ କରାଏ। ସନ୍ଧ୍ୟା ସମୟରେ କୁଆଡେ ବୁଲିବାକୁ ଯିବା ସମୟରେ ସବୁଜ ରଙ୍ଗ ପିନ୍ଧିବା ଭଲ।

ନୀଳ:

ଧର୍ଯ୍ୟ, ସଚ୍ଚୋଟ ପଣିଆକୁ ନୀଳ ରଙ୍ଗ ଦର୍ଶାଏ। କୌଣସି କାର୍ଯ୍ୟକ୍ରମକୁ ଯାଉଥିଲେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More