Only for Entertainment

ଓଲିଉଡରେ ପ୍ରସ୍ତୁତ ହେଉଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’

YouTube
42

ସମ୍ପର୍କରୁ ଆରମ୍ଭ ହେଲା ପ୍ରେମ । ଆଉ ସେଇ ପ୍ରେମରୁ ସ୍ଥିର ହେଲା ବାହାଘର । ମାତ୍ର ବାହାଘର ହୋଇ ନପାରିବାରୁ ପ୍ରେମ ସମ୍ପର୍କ ପରିଣତ ହୁଏ ଶତ୍ରୃତାରେ । ଏମିତି ଏକ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’ । ନିକଟରେ ଏହି ସିନେମାର ଘୋଷଣା କରାଯାଇଥିଲା । ଫିଲ୍ମରେ ମୁଖ୍ୟ ଭୂମିକାରେ ମିହିର ଦାସ୍, ଅପରାଜିତା ମହାନ୍ତି, ସୁଶ୍ରୀ ରଥ ଓ ନବାଗତ ତାପସଙ୍କୁ ଦେଖିବାକୁ ମିଳିବ । ନାୟକ ଭାବେ ତାପସ ଓ ନାୟିକା ଭାବେ ସୁଶ୍ରୀ ରଥ ଆସିବେ ନଜର । ଦୁହିଁଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରୀ ଦେଖିବାକୁ ମିଳିବ ଏହି ସିନେମାରେ ।

ପାରିବାରିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ରଙ୍ଗ ବରଷିବ ଟୁପୁର ଟୁପୁରୁ’ରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ ଅଶ୍ରୁମୋଚନ, କିଶୋର ଖଣ୍ଡୁଆଳ, ସରୋଜ ଦାସ, ବିଜୁ ବଡଜେନା, ହର ରଥ, ଆଦି କଳାକାର ।

odia

ପୁଷ୍ପାଂଜଳୀ ପ୍ରଡକ୍ସନ୍ରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ସହ କାହାଣୀ, ସ୍କ୍ରିନ୍ ପ୍ଲେ ଓ ଡାଇଲଗ୍ ର ଭାର ତୁଲାଇଛନ୍ତି ଜିତେନ୍ଦ୍ର ମହାପାତ୍ର । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅମରେନ୍ଦ୍ର ମହାନ୍ତି । ରୋମାଂଟିକ୍ ଷ୍ଟୋରୀ ଆଉ ଏହାସହ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିବ ଆଗାମୀ ଚଳଚ୍ଚିତ୍ର‘ରଙ୍ଗ ବରଷିବ ଟୁପୁର ଟୁପୁରୁ’ରେ । ସିନେମାର ସୁଟିଂ ଚାଲିଥିବାବେଳେ, ଏହା ଖୁବଶୀଘ୍ର ପରଦାକୁ ଆସିବ ସିନେମାଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More