Only for Entertainment

ଭିନ୍ନ ନିୟମ କାନୁନର ଦେଶ ପାକିସ୍ତାନ !

South China Morning Post
0 63

ସବୁ ଦେଶରେ ନିୟମ କାନୁନ ଥାଏ, ଯାହାକୁ ମାନିବା ପାଇଁ ସମସ୍ତେ ବାଧ୍ୟ। କିନ୍ତୁ ପାକିସ୍ତାନରେ ଏମିତି କିଛି ଆଇନ୍‌ ଅଛି ଯାହା ନିଶ୍ଚିତ ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଆଉ ଏହି ଅଜବ ନିୟମ ପାଇଁ ପାକିସ୍ତାନ ବିଶ୍ୱ ଦରବାରରେ ଖୁବ୍‌ ଚର୍ଚ୍ଚିତ ମଧ୍ୟ। ଆସନ୍ତୁ ଜାଣିବା ଏ ବିଷୟରେ।

ପାକିସ୍ତାନରେ କାହାର ବିନା ଅନୁମତିରେ ଫୋନ୍‌ ଛୁଇଁବା ବେଆଇନ ଅଟେ। ଯଦି ଅନୁମତି ନ ନେଇ କାହା ଫୋନ୍‌ ଛୁଇଁଲେ ତେବେ ୬ ମାସ ପାଇଁ ଦଣ୍ଡ ବିଧାନ ମଧ୍ୟ ଅଛି। ଏଠାରେ କାହାକୁ ମୂଲ୍ୟହୀନ କିମ୍ବା କାରଣ ନଥାଇ ମେସେଜ୍‌ ମଧ୍ୟ ପଠାଇ ପାରିବେ ନାହିଁ। ଯଦି ଏମିତି କରୁଥିବାର କେହି ଧରା ପଡେ ତେବେ ୧୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ।

ସାଧାରଣତଃ ଅନ୍ୟ ଦେଶ ମାନଙ୍କରେ ଅଧିକ ପଢିବା ପାଇଁ ସରକାର ଶିକ୍ଷା ଋଣ ଦେଇଥାନ୍ତି। କିନ୍ତୁ ପାକିସ୍ତାନରେ ଓଲଟା ଆଇନ୍‌ ଅଛି। ଏଠାରେ ପାଠପଢା ଖର୍ଚ୍ଚ ଅଧିକ ହେଲେ ଟିକସ ଦେବାକୁ ପଡେ। ଅର୍ଥାତ୍‌ ଗୋଟିଏ ବର୍ଷ ମଧ୍ୟରେ ପଢିବା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲେ, ବିଦ୍ୟାର୍ଥୀଙ୍କୁ ଖର୍ଚ୍ଚର ୫% ଟିକସ ଆକାରରେ ଦେବାକୁ ପଡେ।

ପାକିସ୍ତାନ ଦେଶର କୌଣସି ନାଗରିକଙ୍କୁ ଇସ୍ରାଏଲ ଯିବା ପାଇଁ ଭିସା ଦିଏ ନାହିଁ। ତେଣୁ କୌଣସି ପାକିସ୍ତାନୀ ନାଗରିକ ସେଠାରୁ ସିଧା ସିଧା ଇସ୍ରାଏଲ ଯାଇ ପାରନ୍ତି ନାହିଁ। ତେବେ ଏପରି ହେବା ପଛର ମଜାଦାର କଥା ହେଉଛି ପାକିସ୍ତାନ ଇସ୍ରାଏଲକୁ ଦେଶ ବୋଲି ମାନେ ନାହିିଁ। ଏଥିପାଇଁ ପାକିସ୍ତାନରେ ଇସ୍ରାଏଲ୍‌ ପାଇଁ ଭିସା ହିଁ ନାହିଁ।

ପାକିସ୍ତାନରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନେଇ କେହି ମଜାକ କଲା ବେଳେ ଯଦି ଧରାପଡନ୍ତି ତେବେ ଜରିମାନା ଦେବାକୁ ପଡେ। ଏଠାରେ ରମଜାନ ପରି ପବିତ୍ର ମାସରେ ବାହାରେ ଖାଦ୍ୟ ଖାଇବା ବେଆଇନ୍‌ ଅଟେ। ତେଣିକି ଆପଣ ହିନ୍ଦୁ ବି ହୁଅନ୍ତୁ ନାଁ କାହିଁକି ଏହି ଆଇନ ମାନିବା ପାଇଁ ବାଧ୍ୟ।

ଆଉ ଏକ ମଜାଦାର କଥା ହେଉଛି ଦେଶରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ହେବା ପାଇଁ ଶିକ୍ଷିତ ହେବା ଜରୁରୀ ନୁହେଁ। କିନ୍ତୁ କୌଣସି ସ୍କୁଲରେ ଚପରାସୀ ହେବା ପାଇଁ ଶିକ୍ଷିତ ହେବା ଜରୁରୀ।

‘ଅଲ୍ଲା’ ‘ମସଜିଦ୍‌’ ଓ ‘ରସୁଲ’ ଓ ‘ନବୀ’ ଭଳି କିଛି ଆରବୀ ଶବ୍ଦର ଇଂରାଜୀ ଅନୁବାଦ ଏଠାରେ ବେଆଇନ୍‌ ଅଟେ। ଏଠାରେ ଟ୍ରାନ୍‌ସଜେଣ୍ଡର ଆର୍ମିରେ ଯୋଗ ଦେଇପାରିବେ ନାହିଁ। କିନ୍ତୁ ପାକିସ୍ତାନରେ ଏମାନଙ୍କ ସଂଖ୍ୟା ଅଧିକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More