ମହିଳା ନୁହଁନ୍ତି ରାକ୍ଷସୀ, ସାପ ଗୋଧିଙ୍କୁ ନେଇ ପ୍ରସ୍ତୁତ କରନ୍ତି ନିଜର ଖାଦ୍ୟ !
ମଣିଷ ଜବୀଜନ୍ତୁଙ୍କ ମାଂସ ଖାଇବା କିଛି ନୂଆ କଥା ନୁହଁ। ରୁଚି ଓ ପସନ୍ଦ ଅନୁସାରେ ମଣିଷ ମାଂସ ଖାଇଥାଏ। ଅବଶ୍ୟ ଆମ ଦେଶରେ ବନ୍ୟ ଜନ୍ତୁ ଶିକାର ଉପରେ କଟକଣା ରହିଛି। କିନ୍ତୁ ଚାଇନାରେ ତାହା ଉନ୍ମକ୍ତ। ସେଠିକାର ଲୋକମାନେ ସାପ,ବେଙ୍ଗ, କୁକୁର ଯାହା ପାଆନ୍ତି ଖାଆନ୍ତି। ଏହି ଜୀବ ଜନ୍ତୁ ଶିକାର କରିବାର ଭିଡିଓ ଆପଣ ଡିସ୍କଭରି ଚ୍ୟାନେଲ୍ କିମ୍ବା ୟୁ-ଟ୍ୟୁବ୍ରେ ଦେଖିଥିବେ। କିନ୍ତୁ ଚାଇନାର ଜଣେ ମହିଳା ଯେମିତି ଢଙ୍ଗରେ ଜୀବ ଜନ୍ତୁଙ୍କୁ ଶିକାର କରି ଖାଉଛନ୍ତି ତାହା ଦେଖିଲେ ଆପଣ ଚକିତ ହୋଇଯିବେ।
ତାଙ୍କ ଖାଇବାର ଶୈଳୀ ସମ୍ପୂର୍ଣ୍ଣ ଅଜବ। କେତେବେଳେ ସେ ଜିଅନ୍ତା ସାପକୁ ପୋଡ଼ି ଖାଉଛନ୍ତି ତ’ ପୁଣି କେତେବଳେ ତାକୁ ପିସ୍ ପିସ୍ କରି କାଟି ଖାଉଛନ୍ତି। ଆଉ ସେମିତି ସାପ ଏବଂ ତାହାର ଅଣ୍ଡା ଝିଣ୍ଟିକା, ବୁଢ଼ୀଆଣି, ଘୁଷୁରୀ, ଗୋଧି ଇତ୍ୟାଦିଙ୍କୁ ଶିକାର କରି ଅଦ୍ଭୁତ ଶୈଳୀରେ ରୋଷେଇ କରି ଖାଉଛନ୍ତି। ଯେଉଁ ଭିଡିଓଟି ଏବେ ପ୍ରବଳମାତ୍ରାରେ ସେୟାର ହେବା ସହ କମେଣ୍ଟ ମଧ୍ୟ ଆସୁଛି। ମହିଳା ଜଣକ ସୋସିଆଲ
ମିଡିଆରେ କଡ଼ା ସମାଲୋଚନାର ଶିକାର ହେଉଛନ୍ତି।