Only for Entertainment

କେବଳ ଓଠ ପାଇଁ ନୁହେଁ ଏହି ସବୁ କାର୍ଯ୍ୟରେ ଲାଗିଥାଏ ଲିପବାମ !

medium
28

ଓଠ ନ ଫାଟିବା ଲାଗି ଆମେ ଲିପ୍‌ବାମ ବ୍ୟବହାର କରିଥାଉ କିନ୍ତୁ ଆପଣ ଜାଣନ୍ତି କି କେବଳ ଓଠ ପାଇଁ ନୁହେଁ ଲିପବାମ ଆମର ଅନେକ କ୍ଷେତ୍ରରେ ସାର୍ଯ୍ୟ କରିଥାଅ । ତେବେ ଆସନ୍ତୁ ଜାଣିବା ଲିପବାମକୁ ଆମେ ଆଉ କେଉଁ କାର୍ଯ୍ୟରେ ବ୍ୟବହାର କରିପାରିବା ।

  • ପାଦ ଛାଲ ପଡ଼ିବାରୁ ରକ୍ଷା କରେ
    ନୂଆ ଜୋତା କିମ୍ବା ସ୍ୟାଣ୍ଡଲ ପିନ୍ଧିବା ଦ୍ବାରା ପାଦରେ ଛାଲ ପଡ଼ିଯାଏ। ଏହି ପାଦ ଛାଲ ପଡ଼ିବାରୁ ରକ୍ଷା ପାଇବା ପାଇଁ ଜୋତା କିମ୍ବା ସ୍ୟାଣ୍ଡଲ ପିନ୍ଧିବା ପୂର୍ବରୁ ଆପଣ ପାଦର ଆଙ୍ଗୁଠି ଓ ଗୋଇଠିରେ ଲିପ୍‌ବାମ୍‌ ଲଗାନ୍ତୁ। ଏପରି କରିବା ଦ୍ବାରା ପାଦରେ କ୍ଷତ ସୃଷ୍ଟି ହେବ ନାହିଁ।
  • ମେକ୍‌ଅପ୍‌ ଭାବେ ବ୍ୟବହାର କରନ୍ତୁ
    ଯଦି ଆପଣଙ୍କୁ ଆଇବ୍ରୋ ଶେପ୍‌ କରିବା ଲାଗି ସମୟ ମିଳୁନାହିଁ, ତେବେ ଆଙ୍ଗୁଠିରେ ଅଳ୍ପ ଲିପ୍‌ବାମ୍‌ ନେଇ ଆଇବ୍ରୋରେ ଲଗାନ୍ତୁ। ଏପରି କରିବା ଦ୍ବାରା ଆଇବ୍ରୋ ଶେପ୍‌ ଠିକ୍‌ ଦେଖାଯିବ। ଏହାବ୍ୟତୀତ ଲିପ୍‌ବାମ୍‌କୁ ଚିକ୍‌ ବୋନ୍ସ ଉପରେ ଲଗାଇ ଗାଲକୁ ସାଇନିଂ କରିପାରିବେ।
  • ଏପରି ମଧ୍ୟ ବ୍ୟବହାର କରନ୍ତୁ
    ଯଦି ଜିନ୍ସ କିମ୍ବା ଅନ୍ୟ କୌଣସି ଜିନିଷର ଚେନ୍‌ କାମ କରୁନାହିଁ, ତେବେ ଚେନ୍‌ ଉପରେ ଲିପ୍‌ବାମ୍‌ ଲଗାଇପାରିବେ। ଲିପ୍‌ବାମ୍‌ ଲୁବ୍ରିକାଣ୍ଟ ଭଳି କାମ କରେ। ଏପରି କରିବା ଦ୍ବାରା ଚେନ୍‌ ବାରମ୍ବାର ଅଟକେ ନାହିଁ। ଏହାବ୍ୟତୀତ ଯଦି ଆଙ୍ଗୁଠିରେ ମୁଦି ଅଟକିଯାଏ, ତେବେ ଅଳ୍ପ ଲିପ୍‌ବାମ୍‌ ଲଗାଇ ଆପଣ ମୁଦି ବାହାର କରିପାରିବେ।
  • ଶୁଷ୍କ ତ୍ବଚାକୁ ନରମ କରେ
    ସାଧାରଣତଃ ନଖ ଆଖପାଖ ଚର୍ମ ଛିଣ୍ଡି ଯାଇଥାଏ। ଏପରି ହେଲେ ଏହା ଉପରେ ଲିପ୍‌ବାମ୍‌ ଲଗାନ୍ତୁ। ଏହାଫଳରେ ନଖ ଓ ତ୍ବଚା ହାଇଡ୍ରେଟ୍‌ ରହିବ। ଥଣ୍ଡା ହେବା ସମୟରେ ରୁମାଲରେ ନାକ ପୋଛି ପୋଛି ଏହାର ଉପରି ଭାଗ ଶୁଷ୍କ ହୋଇଯାଏ। ଯାହାଫଳରେ ଏହା ଛିଣ୍ଡିଯାଏ। ଏହା ଉପରେ ଲିପ୍‌ବାମ୍‌ ଲଗାଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ। ଏହାବ୍ୟତୀତ ଫଟା ଗୋଇଠି ଉପରେ କ୍ରୀମ୍‌ ସ୍ଥାନରେ ଲିପ୍‌ବାମ୍‌ ବ୍ୟବହାର କରିପାରିବେ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More