Only for Entertainment

ସାମ୍ନାକୁ ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ ବେଚାରା’ର ରିଲିଜ ଡେଟ, ସଂଜନାଙ୍କ ସହିତ ଜମିବ ଅଭିନେତାଙ୍କ ଯୋଡି

scroll
24

ସୁଶାନ୍ତ ସିଂ ରାଜପୁତ୍‍ ନିଜର ଆଗାମୀ ଫିଲ୍ମ ‘ଦିଲ୍‍ ବେଚାରା’ ପାଇଁ ବ୍ୟସ୍ତ ଅଛନ୍ତି । ‘ଦିଲ୍‍ ବେଚାରା’ରେ ସୁଶାନ୍ତଙ୍କ ସହିତ ସଞ୍ଜନା ସଂଘୀ ମଧ୍ୟ ନଜର ଅସୁଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ଫାଇନାଲ ରିଲିଜ୍‍ ଡେଟ୍‍ ମଧ୍ୟ ସାମ୍ନାକୁ ଆସିଯାଇଛି । ଫିଲ୍ମ କ୍ରିଟିକ୍‍ ତରଣ ଆଦର୍ଶ ଫିଲ୍ମଟିର ରିଲିଜ୍‍ ଡେଟ୍‍କୁ ନେଇ ଟ୍ୱିଟ୍‍ କରିଛନ୍ତି । ତରଣ ଆଦର୍ଶଙ୍କ ଟ୍ୱିଟ୍‍ ମୁତାବକ, ଫିଲ୍ମଟି ଆସନ୍ତା ବର୍ଷ ମେ ୮ରେ ବଡ଼ ପରଦାରେ ରିଲିଜ୍‍ ହେବ । ସଞ୍ଜନା ମଧ୍ୟ ଫିଲ୍ମର ରିଲିଜ ଡେଟ୍‍କୁ ନେଇ ଇନ୍‍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଏହି ଫିଲ୍ମଟି ଏକ ଲଭ୍‍ ଷ୍ଟୋରୀ ଅଟେ, ଯେଉଁଥିରେ ସୁଶାନ୍ତ ଏବଂ ସଞ୍ଜନା ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଫିଲ୍ମର ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଯାଇଛି । ଏଥିରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‍ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକଙ୍କ ବିଶ୍ୱାସ ରହିଛି । ଫିଲ୍ମଟି ହଲିଉଡ ଫିଲ୍ମ ‘ଦି ଫଲ୍ଟ ଇନ୍‍ ଆୱର ଷ୍ଟାର୍ସ’ର ରିମେକ୍‍ ଅଟେ । ‘ଦି ଫଲ୍ଟ ଇନ୍‍ ଆୱର ଷ୍ଟାର୍ସ’ ଫିଲ୍ମଟି ଜନ୍‍ ଗ୍ରୀନ୍‍ଙ୍କ ନୋବେଲ ଉପରେ ଆଧାରିତ । ଅଭିନେତ୍ରୀ ସଞ୍ଜନା ସଂଘୀ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ସଞ୍ଜନା ପୂର୍ବରୁ ‘ରକ୍‍ଷ୍ଟାର୍‍’, ‘ହିନ୍ଦୀ ମିଡ଼ିୟମ୍‍’, ‘ଫୁକ୍‍ରେ ରିଟର୍ଣ୍ଣସ୍‍’ ଭଳି ଫିଲ୍ମଗୁଡ଼ିକରେ ଛୋଟ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More