Only for Entertainment

ରିଲିଜ ହେଲା ‘ଖାନଦାନି ଶଫାଖାନା’ର ରୋମାଂଟିକ୍ ଗୀତ ‘ଦିଲ୍ ଜାନିୟେ’, ଦେଖନ୍ତୁ ଭିଡିଓ

Latestly
30

ଆଗାମୀ ବଲିଉଡ୍ ଫିଲ୍ମ ‘ଖାନଦାନି ଶଫାଖାନା’ର ରୋମାଂଟିକ୍ ଗୀତ ‘ଦିଲ୍ ଜାନିୟେ’ ମୁକ୍ତିଲାଭ କରିଛି । ଗୀତରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ଅଭିନେତା ପ୍ରିୟାନ୍ସୁ ଜୋରାଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ହାଲକା ଫୁଲ୍କା ରୋମାନ୍ସକୁ ଏହି ଗୀତରେ ସ୍ଥାନ ଦେଇଛନ୍ତି ମେକର୍ ।

ପାୟଲ୍ ଦେବଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଜୁବିନ୍ ନୌତିୟାଲ୍ ଓ ତୁଲସୀ କୁମାର୍ । ଗୀତର ଲିରିକ୍ସ ଦେଇଛନ୍ତି ସବିର୍ ଅହମ୍ମଦ । ଚଳଚ୍ଚିତ୍ର ‘ଖାନଦାନି ଶଫାଖାନା’ ଏକ କମେଡି – ଡ୍ରାମା କାହାଣୀକୁ ନେଇ ଗତିଶୀଳ ହୋଇଛି । ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ତାଙ୍କ ବ୍ୟତୀତ ବରୁଣ ଶର୍ମା, ର‌୍ୟାପର୍ ବାଦଶାହଙ୍କ କମେଡି ଅନ୍ଦାଜ୍ ଦେଖିବାକୁ ମିଳିବ ଏହି ସିନେମାରେ । ପ୍ରଥମ ଥର ପାଇଁ ର‌୍ୟାପର୍ ବାଦଶାହଙ୍କ ଅଭିନୟ ଦେଖିବାକୁ ମିଳିବ ପରଦାରେ ।

ଭୂଷଣ କୁମାର୍ ଏବଂ ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଶିଳ୍ପୀ ଦାସ ଗୁପ୍ତା । ୨୬ ଜୁଲାଇରେ ମୁକ୍ତିଲାଭ କରିବ ଏହି କମେଡି ଫିଲ୍ମ ଖାନ୍ଦାନି ଶଫାଖାନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More