Only for Entertainment

ରୋମାଂଟିକ୍ କମେଡି ଫିଲ୍ମ ଦିଲ୍ ଜଙ୍ଗଲୀର ସେକେଣ୍ଡ ଟ୍ରେଲର୍ ମୁକ୍ତିଲାଭ , ଦେଖନ୍ତୁ ।

youtube
0 52

ଆଗାମୀ ବଲିଉଡ୍ ରୋମାଂଟିକ୍ କମେଡି ଫିଲ୍ମ ଦିଲ୍ ଜଙ୍ଗଲୀର ଦ୍ୱିତୀୟ ଟ୍ରେଲର୍ ମୁକ୍ତିଲାଭ କରିଛି । ଢେର୍ ସାରା କମେଡି ଆଉ ମନଲୋଭା ଗୀତ ଦେଖିବାକୁ ମିଳିବ ଏହି ଫିଲ୍ମରେ । ଫିଲ୍ମରେ ଅଭିନେତ୍ରୀ ତାପସି ପନ୍ନୁ ଓ ଅଭିନେତା ସକିବ୍ ସଲିମଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି । ଫିଲ୍ମରେ ତାପସି ଇଂଲିସ୍ କାଉଁସିଲର୍ ସାଜିଥିବାବେଳେ ଓ ସକିବଙ୍କୁ ଜିମ୍ ଟ୍ରେନର୍ ଭାବେ ଦେଖିବାକୁ ମିଳିବ ।

ଆଉ ତାପସିଙ୍କ ଠାରୁ ଇଂଲିଶ୍ ତାଲିମ୍ ନେଇଛନ୍ତି ସକିବ୍ । ଫିଲ୍ମରେ ତାପସି ଓ ସକିବ୍ଙ୍କ ବ୍ୟତିତ ନିଧି ସିଂହ, ଅଭିଳାଷ ଥପ୍ପଳିୟାଲ୍, ଶ୍ରିଷ୍ଠି ଶ୍ରିବାସ୍ତବଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଆକର୍ଷଣୀୟ କାହାଣୀ ସହ ମନଲୋଭା ଗୀତ ମଧ୍ୟ ଶୁଣିବାକୁ ମିଳିବ ଏହି ଫିଲ୍ମରେ ।

ତେବେ ରିଲିଜ୍ ପୂର୍ବରୁ ଫିଲ୍ମର ଗୀତ ଗୁଡିକ ଅଲରେଡି ହିଟ୍ ହୋଇ ସାରିଲାଣି । ପୁଜା ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାକୁ ପ୍ରଡ୍ୟୁସ କରିଛନ୍ତି ବାସୁ ଭଗନାନି ଓ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆଲିୟା ସେନ୍ । ଆସନ୍ତା ୯ ତାରିଖରେ ପରଦାକୁ ଆସିବ ଦିଲ୍ ଜଙ୍ଗଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More