Only for Entertainment

ରିଲିଜ ହେଲା ‘ମିଶନ୍ ମଙ୍ଗଲ୍’ର ପ୍ରଥମ ଗୀତ ‘ଦିଲ୍ ମେଁ ମାର୍ସ ହୈ’, ଦେଖନ୍ତୁ ଭିଡିଓ

Koimoi
72

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଫିଲ୍ମ ‘ମିଶନ୍ ମଙ୍ଗଲ୍’ର ପ୍ରଥମ ଗୀତ ‘ଦିଲ୍ ମେଁ ମାର୍ସ ହୈ’ । କିଭଳି ଇସ୍ରୋର ବୈଜ୍ଞାନିକ ମାନେ ମଙ୍ଗଳଯାନର ମିଶନ୍ ଆରମ୍ଭ କରନ୍ତି, ତାହା ଦେଖିବାକୁ ମିଳିଛି ଏହି ଗୀତରେ । ଏଥିରେ ସ୍ଥାନ ପାଇଛି ଅକ୍ଷୟ କୁମାର୍, ବିଦ୍ୟା ବାଲନ୍, ତାପସି ପନ୍ନୁ, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ୍, କିର୍ତି କୁଲ୍କରନି, ଶର୍ମନ୍ ଯୋଶୀଙ୍କ ଅଭିନୟ ।

ଗୀତଟିକୁ କମ୍ପୋଜ୍ କରିଛନ୍ତି ଅମିତ୍ ତ୍ରିବେଦୀ । ଆଉ ଏହି ଗୀତରେ ଶୁଣିବାକୁ ମିଳିଛି ବେନି ଦୟାଲ୍ ଓ ବିଭା ଶରଫଙ୍କ ଗାୟିକୀ । ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ ଏହି ଜବରଦସ୍ତ ଗୀତର ଲିରିକ୍ସ ଦେଇଛନ୍ତି ।

ଫିଲ୍ମରେ ଇଶ୍ରୋରେ କାମ କରୁଥିବା ଜଣେ ସାଇଂଟିଷ୍ଟ ରାକେଶ ଧୱନ ଚରିତ୍ରରେ ନଜର ଆସିବେ ଅଭିନେତା ଅକ୍ଷୟ । ଭାରତର ପ୍ରଥମ ମଙ୍ଗଳଯାନ ପ୍ରୋଜେକ୍ଟ କିପରି ଆରମ୍ଭ ହେଲା ଓ ସଫଳ ହେଲା ତାହା ଉପରେ ଗତିଶୀଳ ହେବ ଫିଲ୍ମର କାହାଣୀ । ଏଥିରେ ପୁଣିଥରେ ଜଣେ ଦେଶଭକ୍ତ ଭୂମିକାରେ ନଜର ଆସିବେ ଅକ୍ଷୟ । ଏହି ସିନେମାର ସୁଟିଂ ନଭେମ୍ବର ୨୦୧୮ରେ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ର ମିଶନ୍ ମଙ୍ଗଲର ନିର୍ଦ୍ଦେଶନା ଦେଇଛନ୍ତି ଜଗନ୍ ଶକ୍ତି । ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ୧୫ ଅଗଷ୍ଟରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More