Only for Entertainment

ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ଦିଲ୍ଲୀପ କୁମାର, ଡାକ୍ତର କହିଲେ ୩ ଦିନ ପର୍ଯ୍ୟନ୍ତ ରହିବେ ହସ୍ପିଟାଲରେ ।

aajtak
0 29

ବଲିଉଡ ଟ୍ରାଜେଡୀ କିଙ୍ଗ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଖବର ଏବେ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲୀପ କୁମାରଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି ।

ଦିଲୀପ କୁମାରଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଯେଉଁ ଟ୍ୱିଟ ହୋଇଛି ତାହା ଅନୁସାରେ, ସାବ, ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଏବଂ ଇନଫେକ୍ସନ କାରଣରୁ ସେ ଅସହଜ ଅନୁଭବ କରିଥିଲେ । କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ତାଙ୍କୁ ଆପଣଙ୍କର ପ୍ରାର୍ଥନାର ଆବଶ୍ୟକତା ରହିଛି ।


ଦିଲୀପ କୁମାରଙ୍କ ଫ୍ୟାମିଲି ଡକ୍ଟରଙ୍କ କହିବା ଅନୁସାରେ, ଦିଲୀପ କୁମାର ପ୍ରତିବର୍ଷ ଲିଲାବତୀରେ ଚେକଅପ ପାଇଁ ଆସିଥାନ୍ତି । କିନ୍ତୁ ବାରମ୍ବାର ଘରୁ ହସ୍ପିଟାଲ ଯିବା ଆସିବାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ୨-୩ ଦିନ ହସ୍ପିଟଲରେ ରହିବେ । ରିପୋର୍ଟ ଆସିବା ପରେ ଡକ୍ଟର ଚେକଅପ ପରେ ଚାଙ୍କୁ ଡିସଚାର୍ଜ କରାଯିବ ।

କହିରଖୁଛୁ ଯେ ଦିଲୀପ କୁମାର ନିଜ କ୍ୟାରିୟରରେ ୫୦ ଫିଲ୍ମରେ କାମ କରିଛନ୍ତି । ନିଜ ଅଭିନୟରେ ସେ ୫ ଦଶକ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ରାଜ କରିଥିଲେ । ସିନେମାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୪ରେ ଦାଦା ସାହେବ ଫାଲକେ ଏବଂ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More