Only for Entertainment

ନିଜ ଠାରୁ ୧୭ବର୍ଷ ବଡ ଏହି ଅଭିନେତାଙ୍କୁ ବିବାହ କରିବାକୁ ଯାଉଛନ୍ତି ଅଭିନେତା ଦୀଲିପ କୁମାରଙ୍କ ନାତୁଣୀ !

53

ବଲିଉଡ ଅଭିନେତା ଦୀଲିପ କୁମାର ଏବଂ ସାୟରା ବାନୋଙ୍କ ନାତୁଣୀ ସାୟଶା ସେହଗଲ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସାୟଶା ୧୦ମାର୍ଚ୍ଚ ୨୦୧୯କୁ ସାଉଥ ଅଭିନେତା ଆର‌୍ୟାଙ୍କୁ ବିବାହ କରିବେ । ରିପୋର୍ଟ ମୁତାବକ ସାୟଶାଙ୍କ ଠାରୁ ଆର‌୍ୟା ୧୦ବର୍ଷ ବଡ । ଦୁହେଁ ହାଇଦ୍ରାବାଦରେ ବିବାହ କରିବେ ।

ଏଠାରେ ଆମେ କହି ରଖୁଛୁ ଯେ ପୂର୍ବ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଗଜନୀକାନ୍ତ’ରେ ଦୁହେଁ ନଜର ଆସିଥିଲେ । ଏହି ଫିଲ୍ମ ଜରିଆରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । । ସାୟଶା ଅଭିନେତା ଏବଂ ଫିଲ୍ମମେକର ମୁସିତ ସେହଗଲ ଏବଂ ଅଭିନେତ୍ରୀ ସାହିନଙ୍କ ଝିଅ ଅଟନ୍ତି ।

ହାଇଦ୍ରାବାଦରେ ବିବାହ ପରେ ଚେନ୍ନାଇରେ ଦୁହେଁ ରିସେପସନ ଦେବେ । ଏହି ପାର୍ଟିରେ ଅନେକ ସେଲିବ୍ରିଟି ଆସିବେ ବୋଲି ଆଶା କରାଯାଉଛି ।

କ୍ୟାରିଅର ବିଷୟରେ କହିବାକୁ ଗଲେ ସାୟଶା ନିଜ ଅଭିନୟର ଆରମ୍ଭ ତେଲୁଗୁ ଫିଲ୍ମ ‘ଅଖିଲ’ରୁ କରିଥିଲେ । ଏହାପରେ ସେ ଅଜୟ ଦେବଗନଙ୍କ ଫିଲ୍ମ ଶିବାୟ’ରେ ନଜର ଆସିଥିଲେ । ସେହିଭଳି ଆର‌୍ୟାଙ୍କ ବିଷୟରେ କହିବାକୁ ଗଲେ ସେ କଲଭା କଧଲନ’ ‘ମାୟ କନ୍ନାଡି’ ‘ସର୍ବମ’ ‘ରାଜା’ ‘ରାଜାରାନୀ’ ‘ଜୀବା’ ସହ ଅନେକ ଫିଲ୍ମରେ କାମ କରିଛନ୍ତି । ଏହା ବ୍ୟତୀତ ତାଙ୍କର ଦ ଶୋ ପିପଲ ନାମକ ପ୍ରଡକ୍ସନ ହାଉସ ମଧ୍ୟ ରହିଛି । ଆର‌୍ୟା ଚେନ୍ନାଇର ହୋଟେଲ ଶି ସେଲ’ର ମାଲିକ ମଧ୍ୟ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More