Only for Entertainment

ଦିଲଜିତ-ନୀରୁଙ୍କ ଫିଲ୍ମ ‘ଛଡା’ର ପ୍ରଥମ ପୋଷ୍ଟର ରିଲିଜ, କାଇଲି ଜେନରଙ୍କ ପାଇଁ ଦେଖିବାକୁ ମିଳିଲା ପାଗଳାମୀ !

22

ଅଭିନେତା ଏବଂ କଣ୍ଠଶିଳ୍ପୀ ଦିଲଜିତ ଦୋସାଂଝା ଏବଂ ନୀରୁ ବାଜବା ନିଜ ନିଜ ସୋସିଆଲ ମିଡିଆ ଅକାଉଂଟରେ ‘ଛଡା’ ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି । ଏହି ଫିଲ୍ମକୁ ଫ୍ୟାନ୍ସ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ । ଏହି ଫିଲ୍ମ ଜରିଆରେ ୪ବର୍ଷ ପରେ ଦିଲଜିତ ଏବଂ ନୀରୁଙ୍କ ଯୋଡି ଦର୍ଶକ ଦେଖିବାକୁ ପାଇବେ ।

ପୋଷ୍ଟରର ପ୍ରଥମ ଝଲକରେ ଦିଲଜିତଙ୍କ ଅନ୍ତରାଷ୍ଟ୍ରୀୟ ସୁପରଷ୍ଟାର କାୟଲି ଜେନରଙ୍କ ପାଇଁ ପାଗଳାମୀ ଦେଖିବାକୁ ମିଳିଛି । ସେ ହାତରେ ଏକ ପ୍ଲାଷ୍ଟିକର କଣ୍ଢେଇ, ଯାହାର ନାଁ କାୟଲିକୁ ଧରିଥିଲେ । ଏହାବ୍ୟତୀତ ସେ ଏକ ପୁଅକୁ ମଧ୍ୟ ଧରିଥିଲେ । ଫିଲ୍ମର ଏକ ରୋମାଂଚକ ଟ୍ୟାଗଲାଇନ ରହିଛି ‘କୁତା ହୋ ଜୋ ବିବାହ କରବାଏ !’ ଯାହା ଦର୍ଶକଙ୍କ ଧ୍ୟାନକୁ ଆକୃଷ୍ଟ କରୁଛି ।

ଏଠାରେ ଆମେ କହି ରଖୁଛୁ ଯେ ଦିଲଜିତ ଏବଂ ନୀରୁଙ୍କ ଯୋଡି ‘ଜଟ ଏଣ୍ଡ ଜୁଲିଅଟ’ରେ ଖୁବ ପସନ୍ଦ କରିଥିଲେ । ଶେଷଥର ତାଙ୍କୁ ୨୦୧୫ରେ ‘ସରଦାର ଜୀ’ ଫିଲ୍ମରେ ଏକାସହ ଦେଖିବାକୁ ମିଳିଥିଲା । ଏବେ ଦେଖିବା ବାକି ରହିଲା ଏହି ଫିଲ୍ମ ବକ୍ସ ଅଫିସରେ କଣ ଧମାଲ ମଚାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More