ସାମ୍ନାକୁ ଆସିଲା ‘ସୁରମା’ର ପ୍ରଥମ ମୋଶନ ପୋଷ୍ଟର, ହକି ପ୍ଲେୟାର ସନ୍ଦୀପ ସିଂଙ୍କ ପ୍ରେମିକା ଭୂମିକାରେ ନଜର ଆସିବେ ତାପସୀ
ଦିଲଜୀତ ଦୋସାଂଝା, ତାପସୀ ପନ୍ନୁ ଏବଂ ଅଙ୍ଗଦ ବେଦୀଙ୍କ ଅଭିନୀତ ଫିଲ୍ମ ‘ସୁରମା’ର ନୂଆ ମୋଶନ ପୋଷ୍ଟର ରିଲଜ କରାଯାଇଛି । ଏହି ଫିଲ୍ମ ପ୍ରସିଦ୍ଧ ହକି ପ୍ଲେୟାର ସନ୍ଦୀପ ସିଂଙ୍କ ବାୟୋପିକ । ଏହି ମୋଶନ ପୋଷ୍ଟରରେ ତାପସୀ ହରପ୍ରିତଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ତାପସୀ ଦିଲଜୀତଙ୍କ ପ୍ରେମିକା ଭୂମିକାରେ ନଜର ଆସିବେ ।
Taapsee Pannu is Harpreet… Presenting the first motion poster of #Soorma… Stars Diljit Dosanjh, Taapsee Pannu and Angad Bedi… Directed by Shaad Ali… 13 July 2018 release… Based on hockey legend Sandeep Singh. pic.twitter.com/ZgG69oP08s
— taran adarsh (@taran_adarsh) May 15, 2018
ଏହା ପୂର୍ବରୁ ‘ସୁରମା’ ନୂଆ ପୋଷ୍ଟର ରିଲିଜ କରାଯାଇଥିଲା । ଫିଲ୍ମରେ ସନ୍ଦୀପଙ୍କ ଜୀବନ କାହାଣୀକୁ ଦର୍ଶାଯାଇଛି । ଏହି ଫିଲ୍ମ ୧୩ ଜୁଲାଇରେ ରିଲିଜ ହେବ । ଶାଦ ଅଲୀ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଫିଲ୍ମରେ ଦିଲଜୀତ ଏବଂ ତାପସୀଙ୍କ ବ୍ୟତିତ ନ୍ୟୁଲିୱେଡ ଅଙ୍ଗଦ ବେଦୀ ମଧ୍ୟ ନଜର ଆସିବେ ।