Only for Entertainment

ହଲିଉଡରେ ପୁଣିଥରେ ନଜର ଆସିବେ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ।

dnaindia.com
0 45

ଦୀପିକା ହଲିଉଡରେ ତାଙ୍କର ଆକ୍ଟିଙ୍ଗ ଡେବ୍ୟୁ ବିନ ଡିଜେଲଙ୍କ ସହିତ ଫିଲ୍ମ ‘ଟ୍ରିପଲ ଏକ୍ସ:ଦ ରିଟର୍ନ ଅଫ ଜେଣ୍ଡର କେଜ’ରୁ ଆରମ୍ଭ କରିଥିଲେ । ବର୍ତ୍ତମାନର ଚର୍ଚ୍ଚା ଅନୁସାରେ ଦୀପକା ଖୁବଶୀଘ୍ର ହଲିଉଡରେ ଅନ୍ୟ ଏକ ଫିଲ୍ମ ସାଇନ କରିପାରନ୍ତି ।
ଦୀପିକା ଏବଂ ଇରଫାନ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବାକୁ ଯାଉଥିଲେ,କିନ୍ତୁ ଇରଫାନଙ୍କ ଖରାପ ସ୍ୱାସ୍ଥ୍ୟ ହେତୁ ସୁଟିଂକୁ ରବ୍ଦ କରାଗଲା ।

ଏବେ ଦୀପିକା ହଲିଉଡର କିଛି ଅନ୍ୟ ପ୍ରକଳ୍ପ ଉପରେ ଧ୍ୟାନ ଦେଉଛନ୍ତି । ତେବେ ତାଙ୍କ କହିବା ଅନୁସାରେ ସେ ଭିନ୍ନ ଭିନ୍ନ ମାହୋଲରେ ଭିନ୍ନ ଭିନ୍ନ ଲୋକଙ୍କ ସହିତ କାମ କରିବାକୁ ଭଲପାଆନ୍ତି ।ଆଗାମୀ ପ୍ରକଳ୍ପ ବିଷୟରେ ପଚାରିବାରୁ ଦୀପିକା କହିଲେଯେ ଏବେ ଲୋକମାନେ ଲଭଷ୍ଟୋରୀ ଅପେକ୍ଷା ବାୟୋପିକ ଫିଲ୍ମରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେ ମଧ୍ୟ ବାୟୋପିକ ଫିଲ୍ମ କରିବାକୁ ଚାହାଁନ୍ତି ।

କେତେକ ସ୍କ୍ରିପ୍ଟ ଦେଖିବା ପରେ ଦୀପିକା ଏକ ସୁପରହିରୋ ଫିଲ୍ମ ଫାଇନାଲ କରିଛନ୍ତି,ଯେଉଁଥିରେ ତାଙ୍କର କିଛି ଆକ୍ସନ ଦୃଶ୍ୟ ନଜର ଆସିବ । ଏହି ଫିଲ୍ମକୁ ଫକ୍ସ ଷ୍ଟାର ପ୍ରଡ୍ୟୁସ କରିବେ ଏବଂ ଦୀପିକା ଏହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More