Only for Entertainment

ବ୍ରହ୍ମାସ୍ତ୍ରରେ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ସହିତ ଡିମ୍ପଲଙ୍କ ଏଂଟ୍ରି,୩ ବର୍ଷ ପରେ ଆସିବେ ନଜର ।

Wikipedia
0 35

ରଣବୀର କପୁର ଏବଂ ଆଲିୟାଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର ଏବେ ଖୁବ ଚର୍ଚ୍ଚାରେ ରହିଛି । ଫିଲ୍ମରେ ରଣବୀର ଆଲିୟାଙ୍କ ସହିତ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ନଜର ଆସିବେ । ନିହାତି ଭାବରେ ଏହା ଫ୍ୟାନ୍ସଙ୍କ କ୍ରେଜକୁ ବଢାଇ ଦେଇଛି । ତେବେ କେବଳ ସେତିକି ନୁହେଁ ଫିଲ୍ମରେ ଡିମ୍ପଲ କପାଡ଼ିଆ ମଧ୍ୟ ନଜର ଆସିବେ ।

୩ ବର୍ଷ ପରେ ଡିମ୍ପଲ ପରଦାକୁ ଫେରୁଛନ୍ତି । ୨୦୧୫ରେ ସେ ୱେଲକମ ବ୍ୟାକରେ ନଜର ଆସିଥିଲେ । ଅବଶ୍ୟ ନାଗାର୍ଜୁନ ଏବଂ ଡିମ୍ପଲ ଏକା ସାଙ୍ଗରେ ନଜର ଆସିବେ କି ନାହିଁ ତାହା ଜଣା ପଡ଼ିନାହିଁ କିନ୍ତୁ ଯଦି ଦୁଇଜଣଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିବ ତେବେ ଏହା ସେମାନଙ୍କର ପ୍ରଥମ ଥର ହେବ ଯେତେବେଳେ ସେ ଏକା ସାଙ୍ଗରେ ନଜର ଆସିବେ । ଏଭଳିକି ନାଗାର୍ଜୁନ ୧୯୯୦ରେ ରାମ ଗୋପାଲ ଶର୍ମାଙ୍କ ଶିବାରେ ବଲିଉଡରେ ଡେବ୍ୟୁ କରିଥିଲେ । ୧୫ ବର୍ଷ ପୂର୍ବରୁ ରିଲିଜ ହୋଇଥିବା କାରଗିଲ ତାଙ୍କର ଶେଷ ଫିଲ୍ମ ଥିଲା ।

ଫିଲ୍ମ ବ୍ରହ୍ମାସ୍ତ୍ରକୁ ଆୟାନ ଭୁଖାର୍ଜୀ ଡାଇରେକ୍ଟ କରୁଛନ୍ତି । ଏହା ୨୦୧୯ ଅଗଷ୍ଟ ୧୫କୁ ରିଲିଜ ହେବ ବୋଲୀ ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More