Only for Entertainment

‘ଦବଙ୍ଗ ୩’ରେ ଡିମ୍ପଲ କପାଡିଆଙ୍କ ଏଣ୍ଟ୍ରି, ଚୁଲବୁଲ ପାଣ୍ଡେଙ୍କ ମା’ ଭୂମିକାରେ ଆସିବେ ନଜର

DNA India
11

ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କୁ ଏବେ କିଛି ଦିନରୁ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଖବର ସାମ୍ନାକୁ ଆସିଥିଲା ଡିମ୍ପଲ କପାଡିଆ ହଲିଉଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଏବେ ଡିମ୍ପଲଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ସଲମାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ରେ ଡିମ୍ପଲ କପାଡିଆଙ୍କ ଏଣ୍ଟ୍ରି ହୋଇଛି ।

ଡିମ୍ପଲ କପାଡିଆ ଦବଙ୍ଗ ସିରିଜରେ ସଲମାନଙ୍କ ମା’ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ପ୍ରବଥମ ଭାଗରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଜା ରିପୋର୍ଟ ଅନୁସାରେ ‘ଦବଙ୍ଗ ୩’ରେ ସେ ପୁଣିଥରେ ଫେରୁଛନ୍ତି ।

କହିରଖୁଛୁ ଯେ, ଏହି ଫିଲ୍ମରେ ସଲମାନ ଖାନଙ୍କ ଅତିତ ଦେଖିବାକୁ ମିଳିବ । ସେଥିପାଇଁ ଫିଲ୍ମରେ ଡିମ୍ପଲଙ୍କ ଏଣ୍ଟ୍ରି ହୋଇଛି । ଫିଲ୍ମ ‘ଦବଙ୍ଗ ୩’ ବିଷୟରେ କହିବାକୁ ଗଲେ ପୂର୍ବ ଦୁଇଟି ଭାଗ ପରି ଏହି ପାର୍ଟରେ ମଧ୍ୟ ସୋନାକ୍ଷୀ ସଲମାନଙ୍କ ଅପୋଜିଟରେ ନଜର ଆସିବେ । ଫିଲ୍ମର ପ୍ରଥମ ସିଡ୍ୟୁଲ ମଧ୍ୟ ପ୍ରଦେଶରେ ପୂରା ହୋଇସାରିଛି । ଫିଲ୍ମ ଚଳିତ ବର୍ଷ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More