Only for Entertainment

କାହିଁକି ଦୀପିକାଙ୍କୁ ଓଜନ କମ କରିବା ପାଇଁ କହିଲେ ପତି ସୋଏବ?

aajtak
35

ବିଗବସ ୧୩ ଜିତିବା ପରେ ପୁଣିଥରେ ଦର୍ଶକଙ୍କ ହୃଦୟରେ ରାଜ କରିବା ପାଇଁ ପ୍ରସ୍ତୁତ ଦୀପିକା । ସେ ଛୋଟ ପରଦାରେ ଫେରିବାକୁ ଯାଉଛନ୍ତି । ଦୀପିକା ଷ୍ଟାର ପ୍ଲସର ଶୋ ‘କାହାଁ ହମ କାହାଁ ତୁମ’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଶୋ ପାଇଁ ଦୀପିକା ଖୁବ ପରିଶ୍ରମ କରିଛନ୍ତି । ସେ ତାଙ୍କ ଓଜନ କମ କରିଛନ୍ତି । ଏବେ ଅଭିନେତ୍ରୀ କହିଛନ୍ତି କିପରି ଓଜନ କମ କରିବାରେ ତାଙ୍କୁ ତାଙ୍କ ପତି ସୋଏବ ସାହାଯ୍ୟ କରିଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆ ସହିତ କଥା ହେଉଥିବା ସମୟରେ ଦୀପିକା ଏହି କଥାର ଖୁଲାସା କରିଛନ୍ତିଯେ ତାଙ୍କୁ ସୋଏବ ଡାଇଟ ଏବଂ ଜିମ କରିବା ପାଇଁ ବାଧ୍ୟ କଲେ । ସେ କିଟୋ ଡାଇଟ ଅନୁସରଣ କରୁଛନ୍ତି । ଏଥିରେ କେବଳ ସୀମିତ ଖାଦ୍ୟ ଖାଇ ହେବ । ସେ ଟିଭିରେ ଫେରୁଥିବାରୁ ସୋଏବ ଖୁବ ଖୁସି ଅଛନ୍ତି । ଏହା ପୂର୍ବରୁ ତାଙ୍କୁ କେବେ ମଧ୍ୟ ଏହି ଲୁକରେ ଲୋକ ଦେଖିନଥିବେ ବୋଲି କହିଛନ୍ତି ଦୀପିକା । ସୋଏବ ତାଙ୍କ ପାଦ ଉପରେ ଛିଡ଼ା ହୋଇ ବ୍ୟାୟାମ କରିବାରେ ସାହାଯ୍ୟ କରୁଥିଲେ । ଏହା ସହିତ ସେ କହିଛନ୍ତିଯେ ବିଗବସ ଘରେ ଆମେ ବିଭିନ୍ନ ଖାଦ୍ୟ ଠାରୁ ଦୂରେଇ ରହିଥାଉ ତେଣୁ ବାହାରକୁ ଆସିବା ମାତ୍ରେ ତାହା ଖାଇ ଖାଇ ମୋଟା ହୋଇଯାଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More