Only for Entertainment

ଗିରଫ ହେଲେ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ର ନିର୍ଦ୍ଦେଶକ ।

amarujala
0 95

‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ର ନିର୍ଦ୍ଦେଶକ ବିଜୟ ଗୁଟ୍ଟେଙ୍କୁ ଗିରଫ କରାଯାଇଛି । ନିର୍ଦ୍ଦେଶକଙ୍କ ଉପରେ ଜିଏସଟି ଜରିଆରେ କ୍ରେଡିଟ କାର୍ଡ଼ରୁ ୩୪ କୋଟି ଟଙ୍କା ହେରାଫେରି କରିଥିବାର ଆରୋପ ଲାଗିଛି । ବିଜୟଙ୍କୁ ଜିଏସଟି ଇଂଟଲିଜେନ୍ସ ୱିଙ୍ଗ ଗିରଫ କରିଛି । ନେତା ରତ୍ନାକର ଗୁଟ୍ଟେଙ୍କ ପୁଅ ହେଉଛନ୍ତି ବିଜୟ ଗୁଟ୍ଟେ ।

‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାୟୋପିକ । ମନମୋହନ ସିଂଙ୍କ ଚରିତ୍ରରେ ଅନୁପମ ଖେର ଅଭିନୟ କରିଛନ୍ତି । କାହାଣୀର ଲେଖକ ହେଉଛନ୍ତି ହଂସଲ ମେହତା । ପ୍ରଥମେ ସ୍କ୍ରିପ୍ଟ ଲେଖାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଏବେ ନିର୍ଦ୍ଦେଶକଙ୍କୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଫିଲ୍ମରେ ମନମୋହନ ସିଂଙ୍କ ପତ୍ନୀ ଗୁରଶରଣ କୌରଙ୍କ ଚରିତ୍ରରେ ଦିବ୍ୟା ସେଠ ଶାହ ଅଭିନୟ କରୁଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ନଜର ଆସିବେ ରାମ ଅବତାର ଭରଦ୍ୱାଜ । ଏହି ଫିଲ୍ମରେ ପ୍ରିୟଙ୍କା ଗାନ୍ଧୀଙ୍କ ଚରିତ୍ରରେ ଅହାନା କୁମରା ନଜର ଆସିବେ । ରାହୁଲ ଗାନ୍ଧୀଙ୍କ ଚରିତ୍ରରେ ଅର୍ଜୁନ ମାଥୁର ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More