Only for Entertainment

କାହାଣୀ ନିରାଶ କରିବା ପରେ ବିବାଦ ଘେରରେ ‘ସାହୋ’, ଫ୍ରେଞ୍ଚ ନିର୍ଦ୍ଦେଶକ ଲଗାଇଲେ କାହାଣୀ ଚୋରିର ଆରୋପ

thenewsminute
236

ଫିଲ୍ମ ସାହୋ ନିଜ କାହାଣୀ ପାଇଁ ସମାଲୋଚନାର ଶିକାର ହେଉଥିବାବେଳେ ଏବେ ବିବାଦ ଘେରକୁ ଟାଣି ହୋଇଛି । ତାଜା ଖବର ଅନୁସାରେ ଫିଲ୍ମ ନିର୍ମାତାଙ୍କ ଉପରେ କାହାଣୀ ଚୋରି ଅଭିଯୋଗ ଆସିଛି ।ଫ୍ରେଂଚ ଫିଲ୍ମ ନିର୍ଦ୍ଦେଶକ ଜୋରମୀ ସାଲେମ କହିଛନ୍ତି ଏହା ତାଙ୍କ ଫିଲ୍ମ ଲାରୋଗ ୱିଂଚର କାହାଣୀ । ମେକର୍ସ ଏହାକୁ ଚୋରି କରି ସାହୋର କାହାଣୀ ତିଆରି କରିଛନ୍ତି । ଏନେଇ ଫ୍ରେଚ ଫିଲ୍ମ ନିର୍ମାତା ଟୁଇଟ କରି ଅଭିଯୋଗ ଆଣିିଛନ୍ତି ।

ଲାରୋଗ ୱିଂଚ ଓ ସାହୋର କାହାଣୀ ପ୍ରାୟତ ସମାନ ଓ ଏହା ଚୋରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଫିଲ୍ମ କାହାଣୀ ଚୋରି ଅଭିଯୋଗ ପ୍ରଥମ ଥର ପାଇଁ ଆଣି ନାହାନ୍ତି ସାଲେମ । ଏହା ପୂର୍ବରୁ ସେ ସାଉଥ ଫିଲ୍ମ ଅଗ୍ୟାଂତବାସୀର ନିର୍ମାତାଙ୍କ ଉପରେ ସମାନ ଅଭିଯୋଗ ଆଣିସାରିଛନ୍ତି ।

କହିରଖୁଛୁ ଯେ, ଫିଲ୍ମ ସାହୋରେ ପ୍ରଥମ ଥର ପାଇଁ ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ ଶ୍ରଦ୍ଦା କପୁର ବଡ ପରଦା ସେୟାର କରିଛନ୍ତି । ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ଫ୍ୟାନ୍ସ ଖୁବ ଉତ୍ସାହିତ ଥିବା ବେଳେ ଏବେ ଏହାର କାହାଣୀ ସମସ୍ତଙ୍କୁ ନିରାଶ କରିଛି । ଫିଲ୍ମର ହିନ୍ଦୀ ଭର୍ସନ ୯୩.୨୮ କୋଟି ଆୟ କରି ସାରିଥିବା ବେଳେ ୱାଲ୍ଡ ୱାଇଡ ଏହା ୨୯୪ କୋଟି ଆୟ କରି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More