Only for Entertainment

ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ଭାଉଜ ହୋଇଥା’ନ୍ତେ ଏହି ଅଭିନେତ୍ରୀ, ଏବେ ରାସ୍ତାରେ କିଛି ଏଭଳି କରୁଥିବାର ଭାଇରାଲ ହେଲା ଫଟୋ ।

amarujala
0 82

ବିଗତ କିଛି ବର୍ଷ ପୂର୍ବେ ନରଗିସ ଫାକରିଙ୍କ ଲାଇଫ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ନରଗିସ ଅନେକ ଦିନ ଧରି ଉଦୟ ଚୋପ୍ରାଙ୍କୁ ଡେଟ କରୁଥିଲେ । ଉଦୟଙ୍କ ସହ ୨୦୧୬ରେ ବ୍ରେକଅପ ହେବା ପରେ ଏବେ ତାଙ୍କୁ ନୂଆ ସାଥୀ ମିଳିଯାଇଛନ୍ତି । କିଛି ସମୟ ପୂର୍ବେ ନରଗିସ ନିଜ ସୋସିଆଲ ମିଡିଆରେ ପୋଷ୍ଟରେ ନିର୍ଦ୍ଦେଶକ ମ୍ୟାଟ ଅଲୋଞ୍ଜୋଙ୍କ ସହ କିଛି ଫଟୋ ସେୟାର କରିଥିଲେ ।

ଏହି ଫଟୋ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହାପରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖବର ଆସିଥିଲା । ଏବେ ମ୍ୟାଟ ଦୁହିଁଙ୍କର ଏଭଳି ଫଟୋ ସେୟାର କରିଛନ୍ତି, ଯାହା ଦେଖିଲେ ସେମାନଙ୍କ ସମ୍ପର୍କ ଥିବା ସଫା ଜଣା ପଡିଛି । ଏହି ଫଟୋରେ ମ୍ୟାଟ ଏବଂ ନରଗିସ କାର୍ଲିଫର୍ନିଆର ଗଳିରେ ବୁଲିଥିବାର ନଜର ଆସିଛନ୍ତି ।

ଫଟୋରେ ଦୁହେଁ ଖୁବ ଷ୍ଟାଇଲିସ ନଜର ଆସିଛନ୍ତି ଏବଂ ଦୁହେଁ ଦୁହିଁଙ୍କ ସହ ଖୁସିଥିବା ଦେଖିବାକୁ ମିଳିଛି । ଏଠାରେ ଆମେ କହି ରଖୁଛୁ ଯେ ନରଗିସ ଏବଂ ମ୍ୟାଟ ଏକ ମ୍ୟୁଜିକ ଭିଡିଓ ସେଟରେ ଦେଖାହୋଇଥିଲେ । ମ୍ୟାଟ ଉଫର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି ଗୀତ ୨୦୧୭ରେ ଲଂଚ ହୋଇଥିଲା । ଏହାପରେ ନରଗିସ ଏବଂ ମ୍ୟାଟ ଦୁହିଁଙ୍କୁ ଡେଟ କରିବା ଆରମ୍ଭ କରିଥିଲେ । କିଛି ସମୟ ପୂର୍ବେ ଉଦୟଙ୍କ ଘରେ ମଧ୍ୟ ନରଗିସଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More