Only for Entertainment

ସର୍ଜିକାଲ ଷ୍ଟ୍ରାଇକ ପରର ଘଟଣା ଉପରେ ‘ଅପରେଶନ ପରିନ୍ଦେ’ଫିଲ୍ମ ବନାଉଛନ୍ତି ନିର୍ଦ୍ଦେଶକ , କିନ୍ତୁ ସିନେମାଘରେ ହେବ ନାହିଁ ରିଲିଜ !

27

ନିର୍ଦ୍ଦେଶକ ସଂଜୟ ଗଢବୀ ଓଟିଟି ପ୍ଲାଟଫର୍ମ ଜି୫ରେ ଆଗାମୀ ଓରିଜିନାଲ ଫିଲ୍ମ ‘ଅପରେଶନ ପରିନ୍ଦେ’ରୁ ଡିଜିଟାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଅପରେଶନ ପରିନ୍ଦେ’ସର୍ଜିକାଲ ଷ୍ଟ୍ରାଇକ ପରେ ଘଟିଥିବା ଜବରଦସ୍ତ ଘଟଣା ଉପରେ ଆଧାରିତ । ଏହା ବିଷୟରେ ଗଢବୀ କହିଛନ୍ତି ଏହି କାହାଣୀକୁ ବାଛିବା ପାଇଁ ଯେଉଁ ଜିିନିଷ ସବୁଠାରୁ ଅଧିକ ପ୍ରେରିତ କରିଥିଲା, ତାହା ସତ୍ୟ ଘଟଣା ଉପରେ ଆଧାରିତ ।

ଫିଲ୍ମ ପାଇଁ ମିଳିଥିବା କାଷ୍ଟ ବିଲକୁଲ ଉପଯୁକ୍ତ ଅଟନ୍ତି ଏବଂ ନିଜ ଭୂମିକା ତୁଲାଇବା ପାଇଁ ଠିକ ଅଟନ୍ତି । ଏହା ତାଙ୍କର ଡିଜିଟାଲ ନିର୍ଦ୍ଦେଶନା ଡେବ୍ୟୁ ଅଟେ । ସେ ଡିଜିଟାଲରେ ଡେବ୍ୟୁ କରିବା ନେଇ ନିଜ ଖୁସି ଜାହିର କରିଛନ୍ତି । ଫିଲ୍ମକୁ ସମସ୍ତେ ପସନ୍ଦ କରିବା ନେଇ ସେ ଆଶାବାଦୀ ଅଛନ୍ତି । ଏହା ୨୦୨୦ରେ ରିଲିଜ ହେବ । ଏମାନଙ୍କୁ କ୍ରୁ ଭଟିଣ୍ଡା, ପଂଜାବ ,ବଂ ମୁମ୍ବାଇରେ ସୁଟିଂ କରୁଛନ୍ତି ।

ସେହିଭଳି ଓଟିଟି ପ୍ଲାଟଫର୍ମର ପ୍ରୋଗ୍ରାମିଂ ମୁଖ୍ୟ ଅପର୍ଣ୍ଣା ଆଚରେକର କହିଛନ୍ତି ଯେ କଥା ଯେତେବେଳେ ଡିଜିଟାଲ କଂଟେଟର ଆସେ, ଭାରତରେ ଏବେ ପର୍ଯ୍ୟନ୍ତ ‘ଅପରେଶନ ପରିନ୍ଦେ’ଭଳି ବିଷୟ ଉପରେ କାମ କରିନାହାନ୍ତି । ପୂରା ଟିମ ଶାନଦାର ଅଟେ ଏବଂ ଭଲ ଉତ୍ପାଦ ଦେବା ପାଇଁ ପ୍ରୟାସ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More