Only for Entertainment

ଅମ୍ମିଜୀଙ୍କ ପରେ ‘ଲାଡୋ’ରୁ ବାହାରିଲେ ଏହି ଅଭିନେତା,ଲେଖିଲେ ଇମୋଶନାଲ ପୋଷ୍ଟ ।

deccan chronicle
0 38

ଶୋ’ ଲାଡୋର ଦି୍ୱତୀୟ ସିଜନ ଲାଡୋ ଟୁ,ବିରପୁରକୀ ମର୍ଦ୍ଦାନୀ କିଛି ମାସ ପୂର୍ବରୁ ଆରମ୍ଭ ହୋଇଛି । ଶୋ’ର କମବ୍ୟାକରେ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । କିନ୍ତୁ ଏହାର ନୂଆ କାହାଣୀକୁ ଦର୍ଶକ ଏତେ ମାତ୍ରାରେ ପସନ୍ଦ କରୁନାହାଁନ୍ତି ।

କିଛି ଦିନ ପୂର୍ବରୁ ମୁଖ୍ୟ ଚରିତ୍ରକୁ ଶୋ’ରୁ ଶେଷ କରାଯାଇଥିଲା । ଏବେ ଶାଲୀନ ମଲହୋତ୍ରାଙ୍କୁ ଶୋ’ରୁ ବାହାରର ରାସ୍ତା ଦେଖାଯାଇଛି ।

ଶାଲୀନଙ୍କ ଚରିତ୍ରକୁ ମଧ୍ୟ ଶେଷ କରାଯାଇଛି । କିନ୍ତୁ ଏହା ପଛର କାରଣ ଶାଲୀନ ମଧ୍ୟ ନିଜେ ଜାଣି ନାହାଁନ୍ତି । କିନ୍ତୁ ଏହି ଦୁଃଖକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଅବିକାଙ୍କ ସହିତ ଥିବା ଏକ ଫଟୋ ସେୟାର କରିଛନ୍ତି । ଦର୍ଶକଙ୍କ ଭଲପାଇବା ପାଇଁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ତେବେ ସେ ଏହା ମଧ୍ୟ ଲେଖିଛନ୍ତିଯେ ସେ ନିଜେ ମଧ୍ୟ ଜାଣି ନାହାଁନ୍ତିଯେ କେବେ ଶୋ’କୁ ଫେରିବେ । କିନ୍ତୁ ଶୋ’ରେ ନଥିଲେ ମଧ୍ୟ ତାଙ୍କୁ ପୂର୍ବପରି ଭଲପାଇବା ଦେବାପାଇଁ ସେ ଦର୍ଶକଙ୍କୁ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More