Only for Entertainment

ହାତ ନାହିଁ କିନ୍ତୁ ଶାନଦାର ବଲିଂ କରୁଛି ପିଲା, ଭାଇରାଲ ହେଉଛି ଭିଡିଓ !

40

ଆଇପିଏଲ ସିଜନ ଚାଲିଥିବା ବେଳେ କ୍ରିକେଟକୁ ନେଇ ଭାରତୀୟ ଫ୍ୟାନ୍ସ ଖୁବ ଏକ୍ସସାଇଟେଡ । ଆଇପିଏଲ କୁ ଭାରତରେ ନୁହେଁ ସାରା ଦୁନିଆରେ ସମସ୍ତେ ଖୁବ ପସନ୍ଦ କରନ୍ତି । ଆଇପିଏଲ ମଝିରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ଏବଂ ଶେୟାର ମଧ୍ୟ କରୁଛନ୍ତି । ଜଣେ ବିକଳାଙ୍ଗ ଶିଶୁ ବଲ ଫୋପାଡୁଥିବା ନଜର ଆସିଛନ୍ତି ଏହି ଭିଡିଓରେ । ଯାହାର ଖୁବ ପ୍ରଶଂସା ହେଉଛି । ଗଳିରେ କ୍ରିକେଟ ଖେଳୁଥିବା ଏହି ପିଲାଟିକୁ ଖୁବ ପ୍ରଶଂସା କରୁଛନ୍ତି ଲୋକେ ।

ଭାରତୀୟ କ୍ରିକେଟ ରୁଦ୍ଧିମାନ ଶାହ ଏହି ଭିଡିଓ ଶେୟାର କରିଛନ୍ତି , ଯେଉଁଥିରେ ଏହି ବିକଳାଙ୍ଗ ଶିଶୁ, ଯାହାର ହାତ ନାହିଁ ,ମାତ୍ର ସେ ଖୁବ ଶାନଦାର ସ୍ପିନ ବଲ ଫୋପାଡୁଛନ୍ତି । ସେ ଭିଡିଓ ଶେୟାର କରି ଲେଖିଛନ୍ତି ଯେ ପିଲାଟିକୁ କ୍ରିକେଟ ଖେଳିବାକୁ ରୋକା ନଯାଉ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ପିଲାଟିର ହାତ ନାହିଁ । କ୍ରିକେଟର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଛୁଆଟି ନିଜ ଦୁଇ କହୁଣୀକୁ ଯୋଡି ବଲ ଫୋପାଡୁଛି । ମାତ୍ର ଏଠାରେ ଖାସ କଥା ହେଉଛି ବଲ ସିଧା ସ୍ଟମ୍ପ୍ସ ଆଡକୁ ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More