Only for Entertainment

ସାବଧାନ ! ଡ୍ରାଏ ଫ୍ରୁଟସ୍ ଶରୀର ପାଇଁ ହୋଇପାରେ କ୍ଷତିକାରକ

dnuts
0 58

ଡ୍ରାଏ ଫ୍ରୁଟସ୍ ସବୁବେଳେ ଆମ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୁଏ ତା’ନୁହଁ, ବେଳେବେଳେ ଏହା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଆସନ୍ତୁ ନଜର ପକାଇବା କେଉଁ କେଉଁ ଡ୍ରାଏ ଫ୍ରୁଟସ ଆମ ପାଇଁ କ୍ଷତିକାରକ ।

ବାଦାମରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ, ଯାହା ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି କରିଥାଏ । ବାଦାମ ଅଧିକ ପରିମାଣରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଲାଗିରହିଥାଏ । ଏହାବ୍ୟତୀତ ଏହା ଶରୀରରେ ମୋଟାପଣକୁ ବଢାଇଥାଏ ।

କାଜୁ ଖାଇବା ପାଇଁ ଯେତେ ସ୍ୱାଦିଷ୍ଟ, ତାର ଅପକାରୀତା ମଧ୍ୟ ବହୁତ ପରିମାଣରେ ରହିଛି । ମାଇଗ୍ରେନରେ ପୀଡିତ ବ୍ୟକ୍ତି କାଜୁ ଖାଇବାରୁ ନିବୃତ ରହିବା ଉଚିତ୍ । ଅଧିକ କାଜୁ ଖାଇବା ଦ୍ୱାରା ଆମିନୋ ଏସିଡର ପରିମାଣ ଶରୀର ମଧ୍ୟରେ ବଢିଯାଇଥାଏ ଯାହାକି ମୁଣ୍ଡ ବ୍ୟଥାର କାରଣ ହୋଇଥାଏ ।

କିସମିସରେ ଚିନିର ପରିମାଣ ଅଧିକ ରହୁଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । କିସମିସ ଖାଇବା ଦ୍ୱାରା ଡାଏରିଆ ହେବାର ସମ୍ଭାବନା ରହିଥାଏ । ଆମେ ଯେତେବେଳେ କିସମିସ ଖାଇଥାଉ, ଏହା ଆମ ଦାନ୍ତରେ ଲାଗିଯାଇଥାଏ, ଏବଂ ତାଦ୍ୱାରା ଦାନ୍ତରେ ଜୀବାଣୁ ବଢିଥାଏ । ଏହା ଖାଇବା ପରେ ଯେହେତୁ ଦାନ୍ତରେ ଲାଗିଯାଇଥାଏ, ତେଣୁ ଏହାକୁ ଖାଇବାର ତୁରନ୍ତ ପରେ ମୁଁହକୁ ଭଲଭାବରେ ଧୋଇବା ଉଚିତ୍ ନଚେତ୍ ବ୍ରସ ମଧ୍ୟ କରିବା ଜରୁରୀ ଅଟେ ।

ପିସ୍ତା ବାଦାମ କାହାକୁ ବା ଖାଇବାକୁ ଭଲ ଲାଗିନ’ଥାଏ । ପିସ୍ତାବାଦାମରେ ପୋଟାସିୟମ ରହିଥିବାରୁ ଏହା ଉଚ୍ଚରକ୍ତଚାପ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ, କିନ୍ତୁ କିଡନୀ ଜନିତ ସମସ୍ୟା ପାଇଁ ଏହା ହାନିକାରକ ସାବ୍ୟସ୍ତ ହୋଇଥାଏ । ଯଦି ଆପଣ ମାନେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ପିସ୍ତାବାଦାମ ଖାଇବାରୁ ନିଜକୁ ନିବୃତ ରଖନ୍ତୁ । ଏହା ଖାଇବା ଦ୍ୱାରା ଶରୀରରେ ଦୁର୍ବଳତା ମଧ୍ୟ ଦେଖାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More