Only for Entertainment

ବଲିଉଡରେ ପାଦ ଦେବେ ମିଥୁନ ଚକ୍ରବର୍ତ୍ତୀଙ୍କର ପାଳିତା କନ୍ୟା

therisingnews.com
0 40

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କର ତିନି ପୁଅଙ୍କ ବ୍ୟତୀତ ଏକ ପୋଷ୍ୟା କନ୍ୟା ମଧ୍ୟ ରହିଛି,ଯାହାଙ୍କୁ ସେ ଏକ ଅଳିଆ ଗଦାରୁ ପାଇଥିଲେ।ମିଥୁନଙ୍କ ଏହି ଝିଅଙ୍କର ନାମ ଦିଶାନୀ ଚକ୍ରବର୍ତ୍ତୀ । ଜନ୍ମପରେ ତାଙ୍କୁ ତାଙ୍କର ଅସଲି ପିତାମାତା ଅଳିଆ ଗଦାରେ ଛାଡି ଚାଲିଯାଇଥିଲେ ।

ତେବେ ଏହାକୁ ନେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି କି ସେ ଏକଦା ଏକ ବଙ୍ଗଳା ଖବର କାଗଜରୁ ଜାଣିବାକୁ ପାଇଥିଲେ ଯେ,କେହିଜଣେ ଏକ ଶିଶୁ କନ୍ୟାକୁ ଅଳିଆ ଗଦାରେ ଛାଡ଼ି ଚାଲିଯାଇଛନ୍ତି।ଏହାପରେ ଜଣେ ସହୃଦୟ ବ୍ୟକ୍ତି ଉକ୍ତ ଶିଶୁକନ୍ୟାକୁ ନିଜ ଘରକୁ ନେଇଯାଇଛନ୍ତି। ତେବେ ଏହି ଖବର ଜାଣି ଅଭିନେତା ମିଥୁନ୍‌ ଉକ୍ତ ବ୍ୟକ୍ତିଙ୍କ ସହିତ ସଂପର୍କ ସ୍ଥାପନ କରିବା ସହିତ ତାଙ୍କ ଘରକୁ ଯାଇ ପୋଷ୍ୟା କନ୍ୟା ଲାଗି ଗ୍ରହଣ ପାଇଁ ତାଙ୍କର ସମସ୍ତ କାଗଜପତ୍ର କାମ ଶେଷ କରିଥିଲେ।ଏହାପରେ ସେ ଉକ୍ତ ଶିଶୁକନ୍ୟାଙ୍କୁ ନିଜ ଘରକୁ ଆଣି ତାର ନାମ ଦିଶାନୀ ବୋଲି ରଖିଥିଲେ।ଏବେ ଦିଶାନୀ ନ୍ୟୁୟର୍କର ଫିଲ୍ମ ଏକାଡ଼େମୀରେ ନିଜ ଅଭିନୟର ତାଲିମ୍‌ ନେଉଛନ୍ତି। ସେ ନାୟିକାଭାବେ ବଲିଉଡରେ ପାଦ ଦେବେ ବୋଲି ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More