Only for Entertainment

ଖୁବ ଶୀଘ୍ର ଦେଖିବାକୁ ମିଳିବ ଦିଶା ପଟାନୀ -ଆଦିତ୍ୟ ରୟ କପୁରଙ୍କ ଯୋଡି, ଏହି ଧମାକାଦାର ଫିଲ୍ମରେ ଆସିବେ ନଜର

Super Cinema
39

ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ପାଇଁ ଚଳିତ ବର୍ଷ କୌଣସି ଉତ୍ସବ ଠାରୁ କମ ନୁହେଁ । ଚଳିତ ବର୍ଷ ଦିଶା ପଟାନୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଭାରତ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସେ ପ୍ରଥମଥର ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହିତ ସ୍କ୍ରିନ ସେୟାର କରିବାର ନଜର ଆସିବେ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଦିଶା ସଲମାନଙ୍କ ସହିତ ଫିଲ୍ମ ‘କିକ-୨’ରେ ମଧ୍ୟ ନଜର ଆସିବେ ।

ଦିଶାଙ୍କ ଫ୍ୟାନ୍ସ ମଧ୍ୟ ଏହାକୁ ନେଇ ଖୁବ ଉତ୍ସାହିତ କାରଣ ଏହି ଦୁଇଟି ଫିଲ୍ମ ଦିଶାଙ୍କ ଫିଲ୍ମ କ୍ୟାରିୟରରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ତେବେ ଦିଶାଙ୍କୁ ନେଇ ଏବେ ଆଉ ଏ କ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ପରେ ଦିଶାଙ୍କ ଫ୍ୟାନ୍ସ ଖୁସିରେ ଝୁମି ଉଠିବେ । ଖବର ଅନୁସାରେ ଦିଶା ମୋହିତ ସୁରୀଙ୍କ ରୋମାଣ୍ଟିକ ଫିଲ୍ମରେ ନଜର ଆସିପାରନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଆଦିତ୍ୟ ରୟ କପୁର ନଜର ଆସିବେ ।

disha-aditya-1

ପୂର୍ବରୁ ଶୁଣିବାକୁ ମିିଳିଥିଲା ଯେ, ଏହି ଫିଲ୍ମର ଅଫର ପ୍ରଥମେ କୃତି ସେନନଙ୍କୁ ମିଳିଥିଲା । ତେବେ ଫିଲ୍ମରେ କୃତି ନା ଦିଶା ନଜର ଆସିବେ ତାହା ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ । ରିପୋର୍ଟ ଅନୁସାରେ ଲଭ ରଂଜନ ଏବଂ ଶେବାକରାମି ମିଶି ପ୍ରଡ୍ୟୁସ କରିବେ । ଫିଲ୍ମ ଗୋଆରେ ସୁଟ କରାଯିବ । କାରଣ ଏହାର କାହଣୀ ଗୋଆ ଉପରେ ହିଁ ଆଧାରିତ । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଶୁଣିବାକୁ ମିଳିଛି ।

ଆଦିତ୍ୟଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଏହି ଫିଲ୍ମ ବ୍ୟତିତ କରଣ ଜୋହରଙ୍କ ଫିଲ୍ମ ମଲ୍ଟି ଷ୍ଟାରର ଫିଲ୍ମ କଳଙ୍କରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More