Only for Entertainment

କେବେ ୫୦୦ଟଙ୍କା ନେଇ ମୁମ୍ବାଇ ଆସିଥିଲେ ଦିଶା ପାଟନୀ, ଏବେ କୋଟି କୋଟି ଟଙ୍କାର ମାଲିକାଣୀ !

42

ପ୍ରଥମେ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀ ତା ପରେ ବାଗୀ – ୨ ଏବଂ ଏବେ ଭାରତରେ ଅଭିନୟ କରି ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି ଦିଶା ପାଟନୀ । ହେଲେ ଗ୍ଲାମର୍ ଲାଇନକୁ ଆସି ସଫଳ ହେବା ପଛରେ ରହିଛି ଦିଶାଙ୍କ ସଂଘର୍ଷର କାହାଣୀ । ଦିନେ ମୁମ୍ବାଇକୁ ମାତ୍ର ୫୦୦ଟଙ୍କା ନେଇ ଆସିଥିବା ଦିଶା ଆଜି ଜଣେ ଲୋକପ୍ରିୟ ଚେହେରା ପାଲଟିଯାଇଛନ୍ତି । ଏକଥା ନିଜେ ଦିଶା ପାଟନୀ ଏକ ସାକ୍ଷାତକାରରେ କହିଛନ୍ତି ।

ସେ କହିଛନ୍ତି ଯେ ପାଠପଢା ଛାଡି ଅଭିନେତ୍ରୀ ହେବାର ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ । ଯେବେ ସେ ମାୟାନଗରୀରେ ପାଦ ରଖିଥିଲେ ତାଙ୍କ ପକେଟରେ ମାତ୍ର ୫୦୦ ଟଙ୍କା ହିଁ ଥିଲା । ଯେହେତୁ ସେ ଏକୁଟିଆ ରହୁଥିଲେ,ଘର ଭଡା ଆଦି ଦେବାପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା ।

ଦିଶା ଏହାମଧ୍ୟ କହିଛନ୍ତି ଯେ,କାମକରୁଥିବା ସମୟରେ ଏକ ଫିଲ୍ମର ଅଫର ମଧ୍ୟ ଆସିଥିଲା,ସେ ରାଜି ବି ହୋଇଥିଲେ । ସେହି ଫିଲ୍ମରେ ସେ ଡେବ୍ୟୁ କରିଥାନ୍ତେ । କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ରିପ୍ଲେସ କରିଦିଆଯାଇଛି । ତାଙ୍କ ଜୀବନରେ ସେ ବହୁତ ରିଜେକ୍ସନ ଦେଖିଛନ୍ତି । କିନ୍ତୁ ଏହି ରିଜେକ୍ମନ ହିଁ ତାଙ୍କୁ ମୋଟିଭେସନ ଦେଇଛି ବୋଲି କୁହନ୍ତି ଦିଶା । ଆଜି ସେ ନିଜ ସ୍ୱପ୍ନକୁ ବଞ୍ଚୁଛନ୍ତି,କାରଣ ଏହା ପାଇଁ ସେ ଖୁବ କଷ୍ଟ କରିଛନ୍ତି ।

୨୦୧୬ରେ ଦୀଶା ଏମଏସ ଧୋନୀ -ଦ ଅନଟୋଲ୍ଡ ଷ୍ଟୋରୀ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପୂର୍ବରୁ ସେ ଭୂଷଣ କୁମାରଙ୍କ ଆଲବମ ବେଫିକ୍ରାରେ ନଜର ଆସିଥିଲେ । ଏହି ଆଲବମରେ ତାଙ୍କ ସହ ଟାଇଗର ଥିଲେ । ଏହି ଆଲବମରୁ ହିଁ ତାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଦୀଶାଙ୍କ କାମ ବିଷୟରେ କହିବାକୁ ଗଲେ ନିକଟରେ ସେ ଫିଲ୍ମ ଭାରତରେ ନଜର ଆସିଥିଲେ । ସେହିପରି ଦିଶା ପାଟନୀ ଅପକମିଂ ଫିଲ୍ମ ମଲଙ୍ଗ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ଦିଶାଙ୍କ ସହ ମୁଖ୍ୟ ଭୂମିକାରେ ଆଦିତ୍ୟ ରୟ କପୂର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More