Only for Entertainment

ଭାରତ ପରେ ସଲମାନଙ୍କ ସହ କେବେ କାମ କରିପାରିବେ ନାହିଁ ଦୀଶା ପାଟନୀ, ଏହା ହେଉଛି କାରଣ !

36

ଅଭିନେତ୍ରୀ ଦୀଶା ପାଟନୀ ଏବେ ଫିଲ୍ମ ଭାରତର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ସଲମାନଙ୍କ ସହ ନଜର ଆସିବେ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ସଲମାନଙ୍କ ସହ ଭବିଷ୍ୟତରେ କାମ କରିପାରିବେ ନାହିଁ ।

ଏକ ରିପୋର୍ଟ ମୁତାବକ ଦୀଶା କହିଛନ୍ତି ଯେ ଅଲୀ ଅବାସ ତାଙ୍କୁ ଫିଲ୍ମରେ ଏକ ଭୂମିକା ତୁଲାଇବା ପାଇଁ ଡାକିଥିଲେ, ଯାହା ସ୍ପେଶାଲ ଅପିୟରାନ୍ସ ଠାରୁ ମଧ୍ୟ ଅଧିକ ଥିଲା । ସେ ଶୁଣୁ ଶୁଣୁ ହଁ କରିଥିଲେ କାରଣ ପ୍ରଥମଥର ତାଙ୍କୁ ସଲମାନଙ୍କ ସହ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଏହି କାରଣରୁ ସେ କହିଛନ୍ତି ଯେ ତାଙ୍କୁ ଜଣା ନାହିଁ ଆଉ ଏଭଳି ସୁଯୋଗ କେବେ ମିଳିବ କି ନାହିଁ ଏବଂ ଭବିଷ୍ୟତରେ ସେ ସଲମାନଙ୍କ ସହ ଅଭିନୟ କରିପାରିବେ କି ନାହିଁ । ଏପରିକି ଅଲୀ ଅବାସ ମଧ୍ୟ ସ୍କ୍ରିପ୍ଟ ଶୁଣାଇଲା ବେଳେ ଏହିକଥା କହିଥିଲେ ବୋଲି କହିଛନ୍ତି ଦୀଶା ପାଟନୀ ।

ଯେତେବେଳେ ତାଙ୍କୁ ଏହାର କାରଣ ପଚରାଗଲା ସେ କହିଲେ ଅସଲରେ ସଲମାନଙ୍କ ସହ ତାଙ୍କ ବୟସ ରେ ଅନେକ ଦୂରତା ରହିଛି । ତେବେ ଫିଲ୍ମରେ ସଲମାନ ଯୁବାବସ୍ଥାରେ ଅଛନ୍ତି ବୋଲି ତାଙ୍କୁ ଏହି ଭୂମିକା ମିଳିଥିଲା । ଏହାସହ ଦୀଶା ସାକ୍ଷାତକାରରେ ସଲମାନଙ୍କର ଖୁବ ପ୍ରଶଂସା କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଦୀଶା ପାଟନୀ ଏବଂ ସଲମାନଙ୍କ ବ୍ୟତୀତ ଏହି ଫିଲ୍ମରେ କ୍ୟାଟରୀନା, ଜ୍ୟାକି ଶ୍ରଫ, ସୁନୀଲ ଗ୍ରୋବର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଅଲୀ ଅବାସ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More