Only for Entertainment

ଦିଶା ପାଟନୀ ଲଂଚ କଲେ ନିଜ ୟୁଟ୍ୟୁବ ଭିଡିଓ, କିଲର ଡାନ୍ସରୁ କଲେ ଆରମ୍ଭ !

72

ଆଲିୟା ଭଟ୍ଟ ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ପରେ ବାଗୀ୨’ର ଅଭିନେତ୍ରୀ ଦିଶା ପାଟନୀ ମଧ୍ୟ ନିଜର ୟୁଟ୍ୟୁବ ଚ୍ୟାନେଲ ଲଂଚ କରିଛନ୍ତି । ଦୀଶା ନିଜ ୟୁଟ୍ୟୁବ ଚ୍ୟାନେଲ ଏଥିପାଇଁ ଆରମ୍ଭ କରିଛନ୍ତି ଯାହାଦ୍ୱାରା ସେ ଫ୍ୟାନ୍ସମାନଙ୍କ ସହ ନିଜ ଦୈନନ୍ଦିନ ଜୀବନ ବିଷୟ ଶେୟାର କରିପାରିବେ । ଯେମିତିକି ଆପଣ ଜାଣନ୍ତି ଷ୍ଟାରମାନେ ନିଜ ଅଭିନୟ ଏବଂ ଡାନ୍ସକୁ ନେଇ କେତେ ପ୍ୟାଶନେଟ ଥାଆନ୍ତି । ଦୀଶା ଅନେକ ସମୟରେ ନିଜ ଡାନ୍ସ ଏବଂ ୱାର୍କଆଉଟ ଭିଡିଓ ସୋସିଆଲ ମିଡିଆରେ ଶେୟାର କରନ୍ତି । ସେହିଭଳି ଦୀଶା ଏବେ ନିଜ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

 

View this post on Instagram

 

Hi guys so excited to share my new youtube video, hope you guys enjoy it❤️ go to the link in my bio to watch??

A post shared by disha patani (paatni) (@dishapatani) on

ସେ ନିଜ ଡାନ୍ସ ଭିଡିଓର ଏକ କ୍ଲିପ ଶେୟାର କରିଛନ୍ତି ଇନଷ୍ଟାଗ୍ରାମରେ । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଶେଷଥର ଦିଶା ସଲମାନ ଷ୍ଟାରର ‘ଭାରତ’ ଫିଲ୍ମରେ ନଜର ଆସିଥିଲେ । ଦିଶା ମୋହିତ ସୂରୀଙ୍କ ଫିଲ୍ମ ‘ମଲଙ୍ଗ’ରେ ଆଦିତ୍ୟ କପୂରଙ୍କ ସହ ନଜର ଆସିବେ, ଯେଉଁଥିରେ କୁଣାଳ ଖେମୁ ଏବଂ ଅନୀଲ କପୂର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ବର୍ଷ ପରଦାରେ ଭାଲେଂଟାଇନ ଡେ’ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More