Only for Entertainment

ଏୟାରପୋର୍ଟରେ ଦେଖିବାକୁ ମିଳିଲା ଦିଶା ପଟାନୀଙ୍କ ସ୍ୱାଗ, ଦେଖନ୍ତୁ ଗ୍ଲାମରସ ଫଟୋ

bollywood life
55

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିଜର କ୍ୟୁଟ ସ୍ମାଇଲ ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ । ଦିଶାଙ୍କ ଏହି ଅନ୍ଦାଜ ପାଇଁ ତାଙ୍କ ଉପରେ ସମସ୍ତେ ଫିଦା । ଦିଶା ଇତି ମଧରେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଦିଶା ‘ଏମଏସ ଧୋନି : ଦ ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ସବୁବେଳେ ନିଜ ବୋଲ୍ଡ ଫଟୋକୁ ନେଇ୍ ଚର୍ଚ୍ଚାରେ ରହିଥାନ୍ତି ।

ନିକଟରେ କ୍ୟାଡବରୀ ଗର୍ଲ ଦିଶା ପଟାନୀଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ସେଠାରେ ଦିଶାଙ୍କୁ ହ୍ୱାଇଟ କ୍ରପ ଟପ, ଟ୍ରାଉଜର ଓ ଜ୍ୟାକେଟରେ ଦେଖିବାକୁ ମିଳିଥିଲା । ଅଳ୍ପ ମେକଅପ ଏବଂ ପିଙ୍କ ଲିପଷ୍ଟିକ ତାଙ୍କ ଲୁକରେ ଚାର-ଚାନ୍ଦ ଲଗାଉଥିଲା । ଫଟୋରେ ଦିଶା ଖୁବ୍ ସୁନ୍ଦର ନଜର ଆସୁଥିଲେ ।

ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବାକୁ ଗଲେ, ଦିଶା ଏବେ ‘ବାଗୀ ୨’ର କୋ-ଷ୍ଟାର ଟାଇଗର ଶ୍ରଫଙ୍କ ସହ ଡେଟ କରୁଛନ୍ତି । ଏହି ଯୋଡି ନିଜ ରିଲେସନସିପକୁ ନେଇ ସ୍ପଷ୍ଟ କରିନଥିବା ବେଳେ, ଦୁହିଁକୁ ଡିନର ଡେଟ, ଫିଲ୍ମ ଡେଟ ସମୟରେ ଦେଖିବାକୁ ମିଳୁଛି ।

ବହୁଶୀଘ୍ର ଦିଶା ମୋହିତ ସୁରୀଙ୍କ ପ୍ରଯୋଜିତ ଫିଲ୍ମ ‘ମଲଙ୍ଗ’ ନଜର ଆସିବେ । ଏହି ଫିଲ୍ମରେ ଦିଶାଙ୍କ ସହିତ ଆଦିତ୍ୟ ରାୟ କପୁର, ଅନିଲ କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ବର୍ଷ ଭାଲେନଣ୍ଟାଇନ-ଡେ ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More