Only for Entertainment

‘ଭାରତ’ରେ ହେଲେନଙ୍କ ପରି ରେଟ୍ରୋ ଲୁକରେ ନଜର ଆସିବେ ଦିଶା ପଟାନୀ ।

BizAsia
0 28

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିଜର ଆଗାମୀ ଫିଲ୍ମ ଭାରତରେ ଡ୍ୟାନ୍ସିଂ କ୍ୱିନ ହେଲେନଙ୍କ ପରି ରେଟ୍ରୋ ଲୁକରେ ନଜର ଆସିପାରନ୍ତି । ନିର୍ଦ୍ଦେଶକ ଇଲୀ ଅବାସ ଜଫରଙ୍କ ଏହି ଫିଲ୍ମରେ ଅଭିନେତା ସଲମାନ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ଦିଶାଙ୍କ ଲୁକ ହେଲେନଙ୍କ ରେଟ୍ରୋ ଲୁକ ଉପରେ ଆଧାରିତ ରହିବ । ଫିଲ୍ମରେ ଦିଶା ଆର୍ଟିଷ୍ଟ ଭୂମିକାରେ ନଜର ଆସିବେ । ଏଥିପାଇଁ ଫିଲ୍ମ ‘ଭାରତ’ର ଟିମ ଦିଶାଙ୍କ କଷ୍ଟ୍ୟୁମକୁ ନେଇ ରିସର୍ଚ୍ଚ ଚଲାଇଛନ୍ତି ।

୬୦ ଦଶକରେ ହେଲେନ ଡ୍ୟାନ୍ସ ପଫର୍ମାନ୍ସ ପିନ୍ଧିଥିବା ଡ୍ରେସ ଗୁଡିକରୁ ଆଇଡିଆ ନିଆଯାଉଛି । ଦିଶାଙ୍କ କଷ୍ଟ୍ୟୁମ ପାଇଁ ସଲମାନ ଖାନଙ୍କ ଭଉଣୀ ଅଲବୀର ଅଗ୍ନୀହୋତ୍ରୀ ଏବଂ ଇଣ୍ଟରନ୍ୟାସନାଲ ଡିଜାଇନର ଅଶନେ ରୋବେଲୋଙ୍କ ସାହାଯ୍ୟ ନିଆଯାଇଛି । ଦୁହେଁ ମିଶି ଦିଶାଙ୍କ ଡ୍ରେସ ଡିଜାଇନ କରୁଛନ୍ତି ।

ଫିଲ୍ମରେ ନିଜର ଲୁକ ପାଇଁ ଦିଶା ଖୁବ ପରିଶ୍ରମ କରୁଥିବା ଜଣାପଡୁଛି । ପ୍ରଥମେ ଶୁଣିବାକୁ ମିଳିଥିଲା ଯେ ଦିଶା ଫିଲ୍ମରେ ସଲମାନ ଖାନଙ୍କ ଭଉଣୀ ଭୂମିକାରେ ନଜର ଆସିବେ । କିନ୍ତୁ ଏବେ ଖବର ଆସୁଛି ଯେ ତବୁ ସଲମାନ ଖାନଙ୍କ ଭଉଣୀ ଭୂମିକା ନିଭାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More