Only for Entertainment

ୟୁଟ୍ୟୁବରେ ଡେବ୍ୟୁ କଲେ ଦିଶା

instagram
48

ସୋସିଆଲ ମିଡିଆର ବ୍ୟବହାର ଏତେ ମାତ୍ରାରେ ବଢିଗଲାଣିଯେ କେହି ମଧ୍ୟ ଏହାକୁ ନିଜର ପରିଚୟର ଏକ ପ୍ଲାଟଫର୍ମ କରି ଦେଉଛି । ପ୍ରତିଦିନ ଲକ୍ଷ ଲକ୍ଷ ୟୁଟ୍ୟୁବର ନିଜର ଭିଡ଼ିଓ ଆଦି ଶେୟାର କରୁଛନ୍ତି । ତେବେ ସେଲିବ୍ରେଟୀଙ୍କ ବିଷୟରେ ସାଧାରଣ ଲୋକଟିଏ ଭିଡ଼ିଓ ଅପଲୋଡ କରୁଥିବା ବେଳେ ନିଜେ ସେଲିବ୍ରେଟୀମାନେ ଏହି ଟ୍ରେଣ୍ଡରେ ଯୋଡ଼ି ହୋଇଗଲେଣି । ସେମାନେ ନିଜ ସଂପର୍କୀତ ସମସ୍ତ ସୂଚନା ଫ୍ୟାନ୍ସଙ୍କ ନିକଟରେ ପହଂଚାଇବା ପାଇଁ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲୁଛନ୍ତି । ତେବେ ଏହା ଏକ ନିଶା ପାଲଟି ଗଲାଣି । ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ନିଜ ନିଜ ୟୁଟ୍ୟୁବ୍‌ ଟ୍ୟାନେଲ ଲଞ୍ଚ୍ କରିସାରିଛନ୍ତି। ଏମାନେ ନିଜ ବାସ୍ତବ ଜୀବନ ସହ ଫ୍ୟାନ୍ସଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ଚ୍ୟାନେଲ ଖୋଲିଛନ୍ତି। ଏହି ଟ୍ରେଣ୍ଡରେ ଏବେ ଅଭିନେତ୍ରୀ ଦିଶା ପଟାନି ମଧ୍ୟ ସାମିଲ୍ ହୋଇଯାଇଛନ୍ତି। ଦିଶା ମଧ୍ୟ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ୍ କରିଛନ୍ତି। ଏନେଇ ଦିଶା ନିଜ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି।

ଦିଶା ନିଜ ପୋଷ୍ଟରେ ଲେଖିଛନ୍ତି, ‘ଆପଣଙ୍କ ସହ ନିଜ ପ୍ରଥମ ୟୁଟ୍ୟୁବ ଭିଡିଓ ଶେଆର କରିବା ପାଇଁ ଏବେ ଆଉ ଅପେକ୍ଷା କରି ହେଉନାହିଁ। ଆଶା କରୁଛି ଯେ ମୋତେ ଫିଲ୍ମରେ ଦେଖି ଆପଣଙ୍କୁ ଯେତିକି ଭଲ ଲାଗୁଛି ଏଥିରେ ମଧ୍ୟ ସେତିକି ଭଲ ଲାଗିବ। ଏହାକୁ ମୁଁ ନିଜେ ସୁଟ୍‌ କରିଛି। ମୁଁ ଏଥିରେ ନିଜ ବାସ୍ତବତାକୁ ଦେଖାଇବାକୁ ଚେଷ୍ଟା କରିଛି।’

ଦିଶାଙ୍କ କହିବା ମୁତାବକ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ସେ ତାଙ୍କ ଫ୍ୟାନମାନଙ୍କର ଆହୁରି ନିକଟତର ହୋଇପାରିବେ। ଦିଶା ନିଜ ପ୍ରଥମ ଭିଡିଓରେ ଲ୍ୟାକମେ ଫ୍ୟାଶନ୍‌ ୱିକ୍‌ରେ ନିଜର ରାମ୍ପ ୱାକ୍‌ର ଅନୁଭୂତି ପରିପ୍ରକାଶ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More