Only for Entertainment

‘ଦ ଲାୟନ କିଙ୍ଗ’ର ଟ୍ରେଲର ରିଲିଜ, ମୁଫାସା ହୋଇ ପୁଅ ସିମ୍ବାକୁ ରାସ୍ତା ଦେଖାଇବେ ଶାହରୁଖ ଖାନ

DNA India
25

ଡିସ୍ନିର ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ଏହା ପରଠାରୁ ଫ୍ୟାନ୍ସ ସିମ୍ବାକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ହେବା ବି ସ୍ୱଭାବିକ କାରଣ ଜଙ୍ଗଲର ରାଜା ହେଉଛି ସିମ୍ବା । ସିମ୍ବା ଅନେକ ଛୁଆଙ୍କ ପିଲାଦିନକୁ ସ୍ମରଣୀୟ କରିଛି । ସେଥିପାଇଁ ତ ପ୍ରତ୍ୟେକ ଛୁଆ ସିମ୍ବା ପରି ଦେବାକବୁ ଚାହେଁ । ଫିଲ୍ମ ରିଲିଜ ହେବାକୁ ଆଉ ଅଳ୍ପ କିଛି ଦିନ ବାକିଥିବା ବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢାଇବା ପାଇଁ ମେକର୍ସ ଏକ ନୂଆ ଉପହାର ଭେଟି ଦେଇଛନ୍ତି ।

ନିକଟରେ ‘ଦ ଲାୟ ନ କିଙ୍ଗ’ର ଏକ ନୂଆ ଭିଡିଓ ସେୟାର କରାଯାଇଛି । ଯେଇଁଥିରେ ବଲିଉଡ ବାଦଶାହ ଶାହରୁଖ ଖାନଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓରେ ଶାହରୁଖ ମୁଫାସା ପାଇଁ ଭଏସ ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓର ଆରମ୍ଭରେ ଶାହରୁଖ ଖାନଙ୍କ ଦମଦାର ଭଏସ ଶୁଣିବାକୁ ମିଳିଛି ଯେଉଁଥିରେ ସେ ପୁଅ ସିମ୍ବାକୁ ଶିକ୍ଷା ଦେଉଥିବାର ଦେଖିବାକୁ ମିଳିଛି ।

ଫିଲ୍ମରେ ଶାହରୁଖ ଖାନ ମୁଫାସା ଚରିତ୍ର ପାଇଁ ଭଏସ ଦେଇଥିବା ବେଳେ ଶାହରୁଖଙ୍କ ଲାଡଲା ଆର‌୍ୟନ ଖାନ ମିମ୍ବା ପାଇଁ ଭଏସ ଦେଇଛନ୍ତି । ତେବେ ବାପ-ପୁଅତଙ୍କ ଯୋଡି ପରଦାରେ କମାଲ କରିବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More