Only for Entertainment

କ୍ୟାଟ୍ରିନା ଏବଂ ଆଲିୟାଙ୍କ ବନ୍ଧୁତାରେ ପଡ଼ିଲା ଫାଟ,ଜାଣନ୍ତୁ କ’ଣ ରହିଛି କାରଣ ।

laughing colours
0 46

କ୍ୟାଟ୍ରିନା ଏବଂ ଆଲିୟାଙ୍କ ବନ୍ଧୁତା ଏକ ଲମ୍ବା ସମୟ ଧରି ଚାଲି ଆସୁଛି । କିନ୍ତୁ ଏବେ ଦୁଇଜଣଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହାର କାରଣ ହେଉଛି ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ସେଟରେ କ୍ୟାଟ୍ରିନାଙ୍କ ଏକ୍ସ ରଣବୀର କପୁରଙ୍କ ସହିତ ଆଲିୟାଙ୍କ ବଢୁଥିବା ବନ୍ଧୁତା ବୋଲି ଅନୁମାନ କରାଯାଉଛି ।

ଆଲିୟା ସେଟ୍ରୁ ରଣବୀରଙ୍କ ସହିତ ଉଠାଇଥିବା ଏକ ଫଟୋ ସେୟାର କରିଥିଲେ । ଏହି ଫଟୋ କ୍ୟାଟ୍ରିନାଙ୍କୁ ପସନ୍ଦ ଆସିନାହିଁ । ଏହି କାରଣରୁ କ୍ୟାଟ ଏବଂ ଆଲିୟାଙ୍କ ସଂପର୍କରେ ଦୂରତା ସୃଷ୍ଟି ହୋଇଛି ।

ସୁଟିଂର ପ୍ରଥମ ସିଡ୍ୟୁଲ ସରିବା ପରେ ଆଲିୟା ମୁମ୍ବାଇ ଫେରି ଆସିଛନ୍ତି । କିନ୍ତୁ ରଣବୀର ଏବେ ମଧ୍ୟ ସେଠାରେ ଅଛନ୍ତି । ରଣବୀର ଏବଂ ଆଲିୟାଙ୍କ ସଂପର୍କକୁ ସମସ୍ତେ ସେଟରେ ଦେଖିଥିବା କ୍ୟାଟ୍ରିନାଙ୍କୁ ଖବର ମିଳିଛି । ଯଦି ଆଲିୟାଙ୍କ ଠାରୁ ସେ ଏହି କଥା ଶୁଣିଥାନ୍ତେ ତେବେ ସେ ଖୁସି ହୋଇଥାନ୍ତେ ବୋଲି ଏକ ମିଡିଆକୁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More