Only for Entertainment

ଭାରତରେ ରହିଛି ଏପରି ଏକ ଜେଲ ଯେଉଁଠି ରୁହନ୍ତି ଜଣେ କଏଦୀ !

The Quint
0 33

ଭାରତରେ ଅନେକ ପର୍ଯ୍ୟଟନ ସ୍ଥାନ ରହିଛି ସେଥି ମଧ୍ୟରୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ବେଶ ପରିଚିତ ଡାମନ ଡିଉ । ତେବେ ଏଠାରେ ଏପରି ଏକ ଜେଲ ଅଛି ତାହା ମଧ୍ୟ ଚର୍ଚ୍ଚାରେ । ପର୍ତ୍ତୁଗାଲ ଶାସନ ସମୟରେ ଏଠାରେ ଏହି ଜେଲଟି ତିଆରି କରାଯାଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୪୭୨ ବର୍ଷ ତଳର ଏହି ଜେଲରେ ଏବେ ମାତ୍ର ଅଛନ୍ତି ଜଣେ କଏଦୀ । ତାଙ୍କ ନାମ ହେଉଛି ଦୀପକ କାଞ୍ଜି ।

ରିପୋର୍ଟ ଅନୁସାରେ ୩୦ବର୍ଷିୟ ଦୀପକ ୨୦ଜଣ ଲୋକ ରହିବା ପାଇଁ ବନିଥିବା ସେଲରେ ଏକୁଟିଆ ରହୁଛନ୍ତି । ତାଙ୍କୁ ସେଠାରେ ଦୂରଦର୍ଶନ ଏବଂ ଅନ୍ୟ କିଛି ଆଧ୍ୟାତ୍ମିକ ଚ୍ୟାନେଲ ଦେଖିବାକୁ ଅନୁମତି ଦିଆଯାଇଛି । ସେହିପରି ତାଙ୍କୁ ଖବର କାଗଜ ମଧ୍ୟ ଦିଆଯାଉଛି ପଢିବାକୁ ।

jail3

ଅପରାହ୍ନ ୪ଟାରୁ ୬ପର୍ଯ୍ୟନ୍ତ ସେ ଗାର୍ଡଙ୍କ ସହ ବାହାରକୁ ବାହାରିଥାନ୍ତି ବୁଲିବାକୁ । ଯେହେତୁ ସେ ସେଠାରେ ଏକମାତ୍ର କଏଦୀ ସେଥିପାଇଁ ପାଖ ଏକ ରେଷ୍ଟୁରାଣ୍ଟରୁ ତାଙ୍କ ପାଇଁ ଖାଇବା ଅଣାଯାଇଥାଏ । ବର୍ତ୍ତମାନ ସମୟରେ ଦୀପକଙ୍କୁ ଅନ୍ୟ ଏକ ଜେଲକୁ ପଠାଇବାର ବିଚାର କରାଯାଉଛି । ଏହାପରେ ଏହି ଜେଲକୁ ଏଏସଆଇ ହାତକୁ ଦିଆଯିବ ।

jail1

ସୂଚନା ଅନୁସାରେ ଏଠାରେ ଦୀପକଙ୍କ ପାଇଁ ୩୨ହଜାର ଟଙ୍କା ଖର୍ଚ୍ଚ କରାଯାଉଛି । ୨୦୧୩ ମସିହାରେ ଏହି ଜେଲକୁ ଏଏସଆଇ ଅଧିନକୁ ନେବା ପାଇଁ ଯୋଜନା କରାଯାଇଥିଲା । ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେବା ନିମନ୍ତେ ଏହି ପ୍ରସ୍ତାବ ଆସିଥିଲା ବେଳେ ବର୍ତ୍ତମାନ ପୁଣି ଥରେ ଏଠାରେ ଜେଲକୁ ବନ୍ଦ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More