Only for Entertainment

ହଲିଉଡର ଚର୍ଚ୍ଚିତ ଯୋଡିଙ୍କ ବିଚ୍ଛେଦ, ଛାଡପତ୍ର ଦେଲେ ଆନିଷ୍ଟନ-ଥେରୋକ୍ସ

Time
0 50

ହଲିଉଡର ଚର୍ଚ୍ଚିତ ଯୋଡି ଭାଙ୍ଗିଯାଇଛି । ଦୁଇ ବର୍ଷରୁ ଉଦ୍ଧ୍ୱର୍ କାଳ ଏକାଠି ରହିବା ପରେ ଅଭିନେତ୍ରୀ ଜେନିଫର ଆନିଷ୍ଟନ ଏବଂ ଅଭିନେତା ଜଷ୍ଟିନ ଥେରୋକ୍ସ ବୈବାହିକ ସମ୍ପର୍କ ତୁଟାଇଦେଇଛନ୍ତି । ଏ ସମ୍ପର୍କରେ ଶୁକ୍ରବାର ଉଭୟ ଘୋଷଣା କରିଛନ୍ତି । ଏ ଖବର ପ୍ରସାର ହେବା ପରେ ଉଭୟଙ୍କ ଅଗଣିତ ପ୍ରଶଂସକଙ୍କ ମନ ଭାଙ୍ଗିଯାଇଛି । ନିଜ ପ୍ରିୟ ଯୋଡି ଅଲଗା ହୋଇଯାଇଥିବାରୁ ଟ୍ୱିଟର ଜରିଆରେ ଅନେକ ଦୁଃଖ ବ୍ୟକ୍ତ କରିଛନ୍ତି । ଗୋଟିଏ ପଟେ ଆନିଷ୍ଟନ (୪୯) ଓ ଥେରୋକ୍ସ (୪୬)ଙ୍କ ଛାଡପତ୍ରକୁ ନେଇ ପ୍ରଶଂସକମାନେ ମନଉଣା କରିଥିବାବେଳେ ଅନ୍ୟପଟେ ଆଉ ଏକ ଖୁସି ଖବର ସେମାନଙ୍କୁ ଉଲ୍ଲସିତ କରିଛି । ଆନିଷ୍ଟନ୍ ତାଙ୍କ ପୂର୍ବତନ ସ୍ୱାମୀ ବ୍ରାଡ୍ ପିଟ୍ ପୁଣି ଏକାଠି ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବାରୁ ଫ୍ୟାନମାନେ ବେଶ ଖୁସି ଅଛନ୍ତି ।

jennifer_aniston_brad_pitt

ସୂଚନା ଅନୁସାରେ ୨୦୧୧ରେ ‘ୱେଣ୍ଡରଲଷ୍ଟ’ ଫିଲ୍ମ ସୁଟିଂ ସେଟରେ ଆନିଷ୍ଟନ ଓ ଥେରୋକ୍ସଙ୍କ ଭେଟ ହୋଇଥିଲା । ଧୀରେ ଧୀରେ ଏହି ସମ୍ପର୍କ ପ୍ରେମର ରୂପ ନେଲା । ତେଣୁ ପରସ୍ପରର ଜୀବନସାଥୀ ହେବାକୁ ଉଭୟ ନିଷ୍ପତ୍ତି ନେଇଥିଲେ । ୨୦୧୫ରେ ଆନିଷ୍ଟନ ଓ ଥେରୋକ୍ସ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଥେରୋକ୍ସ ଥିଲେ ଆନିଷ୍ଟନଙ୍କର ଦ୍ୱିତୀୟ ସ୍ୱାମୀ । ପୂର୍ବରୁ ଲୋକପ୍ରିୟ ଅଭିନେତା ବ୍ରାଡ ପିଟଙ୍କୁ ବିବାହ କରି ଆନିଷ୍ଟନ ଛାଡପତ୍ର ଦେଇସାରିଥିଲେ ।
ପ୍ରଥମ ସ୍ୱାମୀଙ୍କ ପରି ଥେରୋକ୍ସଙ୍କ ସହ ମନାନ୍ତର ହୋଇଥିଲା । ତେଣୁ ବୁଝାମଣା ଭିତ୍ତିରେ ଦୁହେଁ ଦୁହିଁଙ୍କଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲେ । ଏମାନଙ୍କ ଭଳି ହଲିଉଡର ଆଉ ଏକ ଚର୍ଚ୍ଚିତ ଯୋଡି ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ମଧ୍ୟ ସହମତି ଭିତ୍ତିରେ ଛାଡପତ୍ର ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More