Only for Entertainment

ପ୍ରେମ, ଉତ୍ସାହ ଏବଂ ଗର୍ବରେ ଦିବ୍ୟାଙ୍କା-ରାଜୀବ ଲଗାଇଲେ ଖାଦ୍ୟରେ ତଡକା, ଦେଖନ୍ତୁ ଭିଡିଓ !

27

ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଲମ୍ବା ସମୟ ଅପେକ୍ଷା ପରେ ଦିବ୍ୟାଙ୍କା ତ୍ରିପାଠୀ ଏବଂ ରାଜୀବ ଖଣ୍ଡେଲୱାଲଙ୍କ ୱେବ ସିରିଜ କୋଲ୍ଡ ଲସି ଏବଂ ଚିକେନ ମସାଲାର ଧମାକାଦାର ଟ୍ରେଲର ରିଲିଜ ହୋଇଛି । ଏକତା କପୂରଙ୍କ ଏହି ୱେବସିରିଜ ଦିବ୍ୟାଙ୍କା ଏବଂ ରାଜୀବଙ୍କ ମଧ୍ୟରେ ଦର୍ଶକଙ୍କୁ ଏକ ନୂଆ କେମେଷ୍ଟ୍ରି ଦେଖିବାକୁ ମିଳିବ । ଏହି ୱେବସିରିଜର କାହାଣୀ ଦୁଇ ଜଣ ବ୍ୟକ୍ତିଙ୍କୁ ନେଇ ହୋଇଛି । ଦୁହେଁ ପ୍ରେମରେ ପଡିଛନ୍ତି କିନ୍ତୁ କ୍ୟାରିଅର ପାଇଁ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଛି । ମାତ୍ର ୮ବର୍ଷ ପରେ ଯେତେବେଳେ ଦୁହିଁଙ୍କ ଭେଟ ଏକ ରେସ୍ତୋରାଁରେ ହେଉଛି, ଦୁହିଁଙ୍କ ଭଲ ପାଇବା ଭିତରେ ଗର୍ବ ଘର କରିଛି ।

ଏହି ଟ୍ରେଲର ଦେଖିବା ପରେ ନିଶ୍ଚୟ ଆପଣ ବୁଝି ପାରିବେ କି ଏକ ବଡ ଉପହାର ନେଇ ଏହି ସିରିଜ ନେଇ ଆସୁଛି । ଆପଣ ଏହି ସିରିଜକୁ ୩ସେପ୍ଟେମ୍ବର, ୨୦୧୯ରେ ଏଶଲଟି ବାଲାଜୀ ଆପ୍ ରେ ଦେଖି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More