Only for Entertainment

ନିଜର ଲୋକମାନଙ୍କ ସହିତ ଦୀପାବଳୀ ପର୍ବକୁ କରନ୍ତୁ ସେଲିବ୍ରେଟ, ପ୍ରିୟ ପରିଜନଙ୍କୁ ଦିଅନ୍ତୁ ଏହି ଖାସ ଉପହାର

latestly
26

ଆଲୋକର ପର୍ବ ଦୀପାବଳୀକୁ ସେଲିବ୍ରେଟ କରିବା ପାଇଁ ଲୋକେ ଚାହିଁ ବସିଛନ୍ତି । ଦୀପାବଳୀକୁ ସେଲିବ୍ରେଟ କରିବା ପାଇଁ ଲୋକେ ଘର ସଜା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଦୀପାବଳୀକୁ ସେଲିବ୍ରେଟ କରିବା ପାଇଁ ଲୋକେ କିଛି ଦିନ ପୂର୍ବରୁ ସପିଂ ପାଇଁ ଯାଇଥାନ୍ତି । ଘର ସଜାଇବା ଜିନିଷ ଠାରୁ ଆରମ୍ଭ କରି ଖାଇବା ସାମଗ୍ରୀ ଏବଂ ପରିଜନଙ୍କ ପାଇଁ ଉପହାର କିଣିଥାନ୍ତି । ଆପଣ ଯଦି ନିଜ ପ୍ରିୟ ପରିଜନଙ୍କୁ ଉପହାର ଦେବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ସବୁ ଉପହାର ଦେଇପାରିବେ ।

ସୁଗନ୍ଧିତ ମହମବତୀ-


ଦୀପାବଳୀ ଆଲୋକର ପର୍ବ । ଏହା ଅମାବସ୍ୟାର ଅନ୍ଧକାରକୁ ଦୂର କରିଥାଏ । ଦୀପାବଳୀର ଏହି ଖାସ ଅବସରରେ ଆପଣ ଆପଣଙ୍କ ପ୍ରିୟଜନଙ୍କୁ ସୁଗନ୍ଧିତ ମହମବତୀ ବା ସେଣ୍ଟେଡ କ୍ୟାଣ୍ଡେଲ ଉପହାର ଦେଇପାରିବେ । କାରଣ ଏହା ଜଳିବା ଦ୍ୱାରା ଘରେ ସୁଗନ୍ଧ ଖେଳିଯାଇଥାଏ ଏବଂ ସୁନ୍ଦରକତା ମଧ୍ୟ ବଢିଥାଏ ।

ଛୋଟ ଗ୍ଲାସ ସେଟ-


ଯଦି ଆପଣଙ୍କ ବନ୍ଧୁ ବା ନିକଟଲୋକ ପାର୍ଟି କରିବା ପାଇଁ ଭଲପାଆନ୍ତି ତେବେ ଆପଣ ତାଙ୍କୁ ଦୀପାବଳୀରେ ଛୋଟ ଗ୍ଲାସ ସେଟ ଉପହାରରେ ଦେଇପାରିବେ । ଏହା ଦେଖିବାକୁ ଆକର୍ଷଣୀୟ ହେବା ସହିତ ବଜେଟ ଫ୍ରେଣ୍ଡଲୀ ମଧ୍ୟ ।

ଡାଏରୀ-


ଯଦି ଆପଣଙ୍କ ବନ୍ଧୁ ବା ପ୍ରିୟଜନ ଡାଏରୀ ଲେଖିବା ପାଇଁ ପସନ୍ଦ କରୁଛନ୍ତି ତେବେ ଆପଣ ତାଙ୍କୁ ଫରହାର ସ୍ୱରୁପ ଡାଏରୀ ଗିଫ୍ଟ କରିପାରିବେ ।

କୁସନ କଭର-


କୁସନ ସମସ୍ତଙ୍କର କାମରେ ଆସିଥାଏ । ଏହି ଆରାମଦାୟକ ଜିନିଷକୁ କେହି ନା କହନ୍ତି ନାହିଁ । ତେଣୁ ଦୀପାବଳୀ ଆପଣ କୁସନ କଭର ବା କୁସନ ଉପହାରରେ ଦେଇପାରିବେ । ସୁନ୍ଦର ପ୍ରିଣ୍ଟ ହୋଇଥିବା କୁସନ ଏବେ ଟ୍ରେଣ୍ଟରେ ଥିବା ବେଳେ ଏହା ସମସ୍ତଙ୍କୁ ଖୁବ ପସନ୍ଦ ଆସିବ ।

ଇୟରଫୋନ-


ଇୟରଫୋନ କିଏ ବା ବ୍ୟବହାର ନକରେ । ଆପଣ ଏହି ଦୀପାବଳୀରେ ବନ୍ଧୁ ଏବଂ ପରିଜନଙ୍କୁ ଇୟର ଫୋନ ଉପହାରରେ ଦେଇପାରିବେ । ଏହା ବଜେଟ ଫ୍ରେଣ୍ଡଲୀ ହେବା ସହିତ ଆପଣଙ୍କ ବନ୍ଧୁଙ୍କୁ ମଧ୍ୟ ଖୁବ ପସନ୍ଦ ଆସିବ ।

ଡ୍ରାଏ ଫ୍ରୁଟସ ଏବଂ ଚକୋଲେଟ-


ଆପଣ ଏହି ଗିଫ୍ଟ ସହିତ ଡ୍ରାଏ ଫ୍ରୁଟସ ଏବଂ ଚକୋଟେଲ ମଧ୍ୟ ଗିଫ୍ଟ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More