Only for Entertainment

ପରଦାରେ ମଧ୍ୟ ଦେଖିବାକୁ ମିଳେ ଦିୱାଲୀ ସେଲିବ୍ରେସନ, ନଜର ପକାନ୍ତୁ ବଲିଉଡର କିଛି ଗୀତ ଉପରେ ।

YouTube
35

ଦୀପାବଳି । ଆଲୋକ, ବାଣ, ମଜା ମସ୍ତିର ପର୍ବ । ଆଉ ପ୍ରତ୍ୟେକ ଭାରତୀୟ ଏହି ପର୍ବକୁ ହସ ଖୁସି ସହ ପାଳନ କରିଥାଏ । ଭାରତୀୟଙ୍କ ଏହି ଖାସ୍ ପର୍ବର ଝଲକ୍ ଆମ ବଲିଉଡ୍ ସିନେମାରୁ ବା କିପରି ବାଦ ପଡିବ । ମେକର୍, ଡିରେକ୍ଟରମାନେ ବି ଏହି ପର୍ବକୁ ସ୍ଥାନ ଦେଇଛନ୍ତି ନିଜ ସିନେମାରେ । ଯାହା ସିନେପ୍ରେମୀଙ୍କୁ ଯୋଗାଇଛି ମନୋରଂଜନ । ଏମିତି ତ ଅନେକ ସିନେମା ରହିଛି ଯେଉଁଥିରେ ଦୀପାବଳିକୁ ସ୍ଥାନ ଦେଇଛନ୍ତି ମେକର୍ । ହେଲେ ଆଜି ଆମେ କହୁଛୁ କିଛି ବଛା ବଛା ଗୀତ ଯାହା ପରଦାରେ ଦୀପାବଳିର ସେଲିବ୍ରେସନକୁ ରଙ୍ଗୀନ୍ କରିଥିଲା ।

୯୦ ଦଶକରେ ବଲିଉଡରେ ରିଲିଜ୍ ହୋଇଥିବା ଫିଲ୍ମ ଜୋ ଜିତା ବହି ସିକନ୍ଦର, ଆଜି ବି ସିନେପ୍ରେମୀଙ୍କୁ ପସନ୍ଦ ଆସିଥାଏ । ଏହି ସିନେମାରେ ମେକର୍ ସ୍ଥାନ ଦେଇଥିଲେ ଦୀପାବଳି ସିକ୍ୱେନ୍ସକୁ । ଯାହାକୁ ନେଇ ଏକ ଖାସ୍ ଗୀତ ମଧ୍ୟ ଦେଖିବାକୁ ମିଳିଥିଲା । ଆମିର୍ ଖାନ୍ ଓ ଆୟେଶା ଜୁଲକାଙ୍କ ନୋକ୍ ଝୋକ୍ ଏହି ଗୀତକୁ କରିଥିଲା ଆହୁରି ଏଂଟରଟେନିଂ ।

୨୦୦୧ ମସିହାରେ ରିଲିଜ୍ ହୋଇଥିଲା ଚଳଚ୍ଚିତ୍ର ଆମଦାନି ଅଠନି ଖର୍ଚା ରପୈୟା । ଏହି ସିନେମାରେ ମେକର୍ ସ୍ଥାନ ଦେଇଥିଲେ ଦୀପାବଳି ପର୍ବକୁ । ଗୋବିନ୍ଦା, ଜୁହି ଚାୱଲାଙ୍କ ରୋମାନ୍ସ ଡ୍ୟାନ୍ସ ସହ, ଅନ୍ୟାନ କଳାକାରଙ୍କ ଧୁମ୍ ଧମାଲ୍ ଡ୍ୟାନ୍ସ ଗୀତରେ ରଙ୍ଗ ଭରି ଦେଇଥିଲା । ଆଉ ଅଡିଏନ୍ସ ବି ଏହି ଗୀତକୁ କରିଥିଲେ ଢେର୍ ପସନ୍ଦ ।

ଚଳଚ୍ଚିତ୍ର କଭି ଖୁସି କଭି ଗମରେ ନିର୍ଦ୍ଦେଶକ କରଣ ଜୋହର୍ ସ୍ଥାନ ଦେଇଥିଲେ ଦୀପାବଳି ସେଲିବ୍ରେସନକୁ । ଶାହରୁଖଙ୍କ ବିଦେଶରୁ ଫେରିବା, ଜୟା ବଚ୍ଚନ ଓ ଅମିତାଭ ବଚ୍ଚନଙ୍କ ଦୀପାବଳି ସେଲିବ୍ରେସନ୍ ଆଉ ରାନୀ ମୁଖାର୍ଜୀଙ୍କ ଡ୍ୟାନ୍ସ ଏହି ଗୀତକୁ କରିଥିଲା ମନଲୋଭା ।

ଚଳଚ୍ଚିତ୍ର ମହୋବତେଁରେ ଦୀପାବଳିକୁ ନେଇ ପିକଚରାଇଜ୍ କରାଯାଇଥିଲା ଖାସ୍ ଗୀତ ପେରୋଁ ମେଁ ବନ୍ଧନ ହୈ । ଦର୍ଶକ ଏହି ଗୀତକୁ ଯେତିକି ପସନ୍ଦ କରିଥିଲେ, ସେତିକି ଏହି ଗୀତର ପିକଚରାଇଜେସନକୁ ବି ପସନ୍ଦ କରିଥିଲେ ।

ସେହିପରି ଚଳଚ୍ଚିତ୍ର ହୋମ୍ ଡେଲିଭରିରେ ଦୀପାବଳିକୁ ନେଇ ସ୍ଥାନ ପାଇଥିଲା ଏକ ଖାସ୍ ଗୀତ । ଯାହା ବଲିଉଡର ସବୁଠାରୁ ଖାସ୍ ଦୀୱାଲି ସଙ୍ଗ୍ । ଫିଲ୍ମଟି ହିଟ୍ ହୋଇ ନଥିଲେ ବି ଏହା ବେଷ୍ଟ ଦୀୱାଲି ଗୀତ ଭେଟି ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More