Only for Entertainment

ଟିଭି ଅଭିନେତ୍ରୀ ଦୀପିକା ଏଭଳି ମନାଇଲେ ଜନ୍ମଦିନ , କୋଣାର୍କରେ କଲେ କଥକ !

India Today
0 63

ଦୀପିକା ସିଂଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ । ଦୀପିକା ଛୋଟ ପରଦାର ପରିଚିତ ଅଭିନେତ୍ରୀ ଅଟନ୍ତି । ସେ ଷ୍ଟାରପ୍ଲସର ସିରିଅଲ ଦିୟା ଓ ବାତିରେ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଆଜି ଦୀପିକାଙ୍କର ୩୦ତମ ଜନ୍ମ ଦିବସ । ଏହି ଜନ୍ମ ଦିନ ତାଙ୍କ ପାଇଁ ଖୁବ ଖାସ ହୋଇଛି । ଅସଲରେ ଦୀପିକାଙ୍କ ଗତ ବର୍ଷ ଜୁନ ମାସରେ ଘରକୁ ଏକ କୁନି କୁଣିଆ ଆସିଥିଲେ ଯାହାଙ୍କର ଏବେ ବର୍ଷେ ହୋଇଗଲାଣି । ସେ ତାଙ୍କ ପୁଅ ସହ ଜନ୍ମ ଦିନ ସେଲିବ୍ରେଟ କରିବେ ।

ଏଠାରେ ଆମେ କହି ରଖୁଛୁ ଯେ ଦୀପିକା ସପରିବାର ସହ ଓଡିଶା ବୁଲିବା ପାଇଁ ଆସିଛନ୍ତି । କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କଥକର ଏକ ପୋଜ କରିଥିବା ନଜର ଆସିଥିଲେ । ସେହିଭଳି ଦୀପିକା ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲୁଥିବାର ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଦୀପିକା ଦିଲ୍ଲୀ ସହ ଜଡିତ ଏବଂ ସେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ୨୦୧୪ରେ ସେ ରୋହିତ ରାଜ ଗୋୟଲଙ୍କୁ ବିବାହ କରିଥିଲେ । ଦୀପିକା ଦିୟା ଔର ବାତି ହମ ପରେ ଏହାର ସିକ୍ୱେଲ ତୁ ସୁରଜ ମେଁ ସାଂଝ ପିଆଜୀରେ କୌମିୟୋ ଭୂମିକାରେ ଅଭିନୟ କରିଥିଲେ ।

Joy to the world ?? #Suntemple #konarktemple #orissadiaries?

A post shared by Deepika Singh Goyal (@deepikasingh150) on

ଖବର ମୁତାବକ ଦୀପିକାଙ୍କୁ ସଲମାନ ସୋ ବିଗବସ୧୨ପାଇଁ ଆପ୍ରୋଚ କରାଯାଇଥିଲା ମାତ୍ର ଦୀପିକାଙ୍କ ତରଫରୁ କୌଣସି ସ୍ପଷ୍ଟ ଖବର ମିଳିନାହିଁ । ଯଦିଓ ଦୀପିକା ଏହି ସୋ’ରେ ଭାଗ ନେବେ ତେବେ ଏହା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ସବୁଠାରୁ ବଡ ଖୁସି ଖବର ସାବ୍ୟସ୍ତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More