Only for Entertainment

ଝେଲମ ନଦୀକୁ ଡେଇଁ ପଡିଲେ ଦିୟା ମିର୍ଜା, ଭାରତୀୟ ସେନା ଏଭଳି ବଂଚାଇଲେ ତାଙ୍କ ଜୀବନ !

46

ଭାରତ -ପାକ ସମ୍ପର୍କ ଉପରେ ୱେବସିରିଜ କାଫିର ଶୁଟିଂ ପାଇଁ ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜା ଏବହ ଅଭିନେତା ମୋହିତ ରାଈନା ସାଙ୍ଗଲାଙ୍କ ସହ ଜଙ୍ଗଲରେ ପହଂଚି ସାରିଛନ୍ତି ।ନିର୍ଦ୍ଦେଶକ ସୋନମ ନାୟର ପୂରା ୟୁନିଟ ସହ ଏଠାରେ ଲାଇଟ କ୍ୟାମେରା ଆକ୍ସନ କହୁଛନ୍ତି । ଅନେକ ସିନ ଓକେ ହୋଇ ସାରିଲାଣି ।

କିନ୍ନୋରର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ସାଙ୍ଗଲା, ବଟସେରୀ, କାନୁରୋ, ଖରୋଗଲା ଏବଂ ରକ୍ଷମରେ ପୂର୍ବ ଦିନରୁ ପୂରା ୟୁନିଟ ଖୁବ ଝାଳ ବାହାର କରୁଛନ୍ତି ।ଫିଲ୍ମର ଆଗାମୀ ସିନ କଳ୍ପା, ରିକାଂଗପିଓ, ଚିନି ମାର୍କେଟ, ରୋଘୀ ଏବଂ ବ୍ରେଲଂଗୀରେ ସୁଟିଂ କରାଯିବ । ପୂରା ଟିମ ୨୫ଅପ୍ରେଲ ପର୍ଯ୍ୟନ୍ତ ଏଠାରେ ରହିବେ ।

ଅଭିନେତ୍ରୀ ଦୀୟା ମିର୍ଜା ଏବଂ ମୋହିତ ରାଇନା ପିଓକେରେ ରହୁଛନ୍ତି । ଏହାମଧ୍ୟରେ ଫିଲ୍ମ ଅଭିନେତ୍ରୀ କୌଣସି କାରଣରୁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବାକୁ ଯାଇ ଝେଲମ ନଦୀକୁ ଡେଇଁ ପଡିଛନ୍ତି । ଭାରତୀୟ ସେନା କୌଣସି ମତେ ତାଙ୍କୁ ରକ୍ଷା କରିବାରେ ସଫଳ ହୋଇଛନ୍ତି । ଏଠାରୁ ହିଁ ଫିଲ୍ମର କାହାଣୀ ଆରମ୍ଭ ହୋଇଛି, ଟିମ ଏହା ପରର କାହାଣୀ ଆଉ କହି ନାହାନ୍ତି ।

  ଦିୟା ଶେଷ ଥର ପାଇଁ ରଣବୀର କପୁରଙ୍କୁ ସଂଜୁ ସିନେମାରେ ଦମଦାର ଅଭିନୟ କରିଥିଲେ । ସୋନମ ନାୟରଙ୍କ ଦ୍ୱାରା ନିଦେ୍ର୍ଦଶିତ ଏବଂ ସିଦ୍ଧାର୍ଥ ମଲହୋତ୍ରା ଦ୍ୱାରା ନିର୍ମିତ ‘କାଫିର’ ଓଟିଟି ମଞ୍ଚ ଜୀ-୫ରେ ଦେଖିବାକୁ ମିଳିବ ।

ଦିୟାଙ୍କୁ ଏହି ୱେବ ସିରିଜରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ନିଜ ଭୂମିକାକୁ ଜୀବନ୍ତ କରିବା ପାଇଁ ସେ ନିଦେ୍ର୍ଦଶକ ଅତୁଲ ମୋଙ୍ଗିଆଙ୍କ ସହିତ କାମ କରୁଛନ୍ତି ।

ଦିୟା କହିଛନ୍ତି କି, ଅତୁଲଙ୍କ ସହିତ କାମର କରିବା ଏକ ଅଦ୍ଭୁତ ଅନୁଭବ ଥିଲା । ମୁଁ କରିଥିବା ଚରିତ୍ର ମଧ୍ୟରୁ ବର୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ଚ୍ୟାଲେଞ୍ଜ ପୂର୍ଣ୍ଣ ଅଟେ ଓ ମୁଁ ଏପରି କାହାଣୀର ଅଂଶ ହୋଇଥିବାରୁ ନିଜକୁ ବହୁତ ଭାଗ୍ୟଶାଳୀ ଅନୁଭବ କରୁଛି । ଏହି ସିରିଜରେ ଦିୟାଙ୍କ ସହ ‘ଦେବୋଁ କି ଦେବ ମହାଦେବ’ ଫ୍ରେମ ମୋହିତ ରୈନା ମଧ୍ୟ ନଜର ଆସିବେ । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More