Only for Entertainment

ପାର୍ଲରରେ ପଶି ମହିଳାଙ୍କୁ ଖୁବ ପିଟିଲେ ଡିଏମକେ ନେତା ।

punjabkesari
0 27

ତାମିଲନାଡୁର ପୂର୍ବ ଡିଏମକେ କାଉନସିଲରଙ୍କ ଗୁଣ୍ଡାଗର୍ଦ୍ଦି ମାମଲା ସାମ୍ନାକୁ ଆସିଛି । ଡିଏମକେ ନେତା ବିୟୁଟି ପାର୍ଲରରେ ପଶି ଖୁବ ମାଡ଼ ମାରିଛନ୍ତି । ତାଙ୍କର ଏହି କାର୍ଯ୍ୟକଳାପ କ୍ୟାମେରାରେ କଏଦ ହୋଇଛି । ଏହି କାରଣରୁ ତାଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କରାଯାଇଛି ।

ଘଟଣା ପୁରୁଣା ତାମିଲନାଡୁର ପେରମ୍ବଲୁର ପ୍ରାୟ ୪ ମାସ ପୂର୍ବର,ଯାହାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି । ଫଟୋରେ ପୂର୍ବ ଡିଏମକେ କାଉନସିଲର ସେଲ୍ୱାକୁମାର ମହିଳାଙ୍କ ସହିତ ମାରପିଟ କରୁଥିବାର ନଜର ଆସିଛନ୍ତି । ପାର୍ଲରରେ ଥିବା ଅନ୍ୟ ମହିଳାମାନେ କାଉନସିଲରଙ୍କୁ ରୋକିବାକୁ ଚେଷ୍ଟା କରିଛନ୍ତି । ଅନେକ ପ୍ରୟାସ ପରେ ମଧ୍ୟ କାଉନସିଲର ମାନିବାକୁ ନାରାଜ ଥିଲେ । ସେଲ୍ୱାକୁମାର ଲଗାତାର ମହିଳାଙ୍କୁ ପିଟି ଚାଲିଲେ ।

କାଉନସିଲରଙ୍କ ଏହି ଗୁଣ୍ଡାଗର୍ଦ୍ଦି କ୍ୟାମେରାରେ କଏଦ ହୋଇଛି । ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ସେଲ୍ୱାକୁମାରଙ୍କୁ ଗିରଫ କରାଯାଇଛି । ପାର୍ଟିରୁ ମଧ୍ୟ ନିଲମ୍ବିତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More