Only for Entertainment

ମଦ୍ୟପାନ ସମୟରେ ଖାଆନ୍ତୁ ନାହିଁ ପାଂଚଟି ଜିନିଷ । ନଚେତ ମୃତ୍ୟୁ ସୁନିଶ୍ଚିତ

Supercall
0 793

ଲୋକମାନେ ସାଧାରଣତଃ ମଦ୍ୟପାନ ସମୟରେ ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥାନ୍ତି । ମନଇଚ୍ଛା ଯେକୌଣସି ଆଇଟମ ଖାଇଥାନ୍ତି । ଏପରି ଅନେକ ଖାଦ୍ୟ ଅଛି ଯାହା ଖାଇଲେ ଆପଣଙ୍କର ମୃତ୍ୟୁ ସିନିଶ୍ଚିତ । ତେଣୁ ମଦ୍ୟପାନ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । ନଚେତ ଅକାଳରେ ଆପଣ ମୃତ୍ୟୁର ରାସ୍ତା ଆପଣାଇବେ ।

ଚିପ୍ସ-

ଯଦି ଆପଣ ମଦ୍ୟପାନ କରିବା ସମୟରେ ଚିପସ ଖାଉଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଛଣା ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ଅଧିକ ଶୋଷ ହୋଇଥାଏ । ଏହା ଫଳରେ ବ୍ୟକ୍ତି ଅଧିକ ଆଲକୋହଲର ସେବନ କରିଥାଏ । ଏଥିରୁ ବଂଚିବା ପାଇଁ ସେକା ହୋଇଥିବା ଜିନିଷ, ପପକର୍ଣ୍ଣ ଏବଂ ଚିକେନ ସ୍ୟାଣ୍ଡଉଇଚ ଖାଇପାରିବେ ।

ଦୁଗ୍ଧ ଜାତୀୟ ପଦାର୍ଥ-

କିଛି ଲୋକ ମଦ୍ୟପାନ କରିବା ସମୟରେ ପନିର କିମ୍ବା ଚିଜ ଖାଇଥାନ୍ତି । ଏହା ଶରୀର ପାଇ ହାନିକାରକ ଅଟେ । ଯଦି ସମ୍ଭବ ତେବେ ମଦ୍ୟପାନ କରିବା ସମୟରେ ପିଜା ଏବଂ ପାସ୍ତା ଖାଆନ୍ତୁ ନାହିଁ । ଦୁଗ୍ଧରୁ ନିର୍ମିତ ଚିଜରେ ପ୍ରୋଟିନର ପରିମାଣ ଅଧିକ ଥାଏ । ଯଦି ମଦ୍ୟପାନ କରିବା ସହିତ ଏହାକୁ ଖାଇବା ଦ୍ୱାରା ହଜମକ୍ରିୟାରେ ସମସ୍ୟା ଦେଖାଯାଇଥାଏ । ଏହା ଫଳରେ ପେଟରେ ଜଳନ, ଏସିଡିଟି, ଏବଂ ବାନ୍ତି ହୋଇପାରେ ।

ଫ୍ରାଏଡ ଚିନା ବାଦାମ କିମ୍ବା କାଜୁ-

ସାଧାରଣତଃ ଅନେକ ଲୋକ ଚାଖଣା ପାଇଁ ଫ୍ରାଏଡ ଚିନା ବାଦାମ କିମ୍ବା କାଜୁ ଖାଇଥାନ୍ତି । ଏଥିରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ଥାଏ ଯାହାକୁ ଖାଇବା ଦ୍ୱାରା ଭୋକ ଲାଗିନଥାଏ । ଯଦି ମଦ୍ୟପାନ କରିବା ସମୟରେ ଖାଆନ୍ତି ତେବେ ପରେ ଖାଇବାକୁ ଇଚ୍ଛା ହୋଇନଥାଏ । ଏହା ଫଳରେ ଗ୍ୟାସ ସମସ୍ୟା କିମ୍ବା ଦୁର୍ବଳତା ଅନୁଭବ ଦୋଇଥାଏ । ତେଣୁ ମଦ୍ୟପାନ କରିବା ସମୟରେ ବ୍ରେଡ ଟୋଷ୍ଟ ଖାଆନ୍ତୁ କାରଣ ଏହାକୁ ଖାଇବା ଦ୍ୱାରା ମଦ୍ୟପାନୀୟ ପେଟରେ ଶୋଷି ନ ହୋଇ ବ୍ରେଡରେ ଶୋଷି ହୋଇଥାଏ । ଫଳରେ ଶରୀରକୁ କମ କ୍ଷତି ହୋଇଥାଏ ।

ସୋଢା କିମ୍ବା ଥଣ୍ଡା ପାନୀୟ-

ପ୍ରାୟତଃ ଅନେକ ଲୋକ ମଦରେ ସୋଢା କିମ୍ବା ଥଣ୍ଡା ପାନୀୟ ମିଶାଇଥାନ୍ତି । ଏହା କରିବା ଭୁଲ କାରଣ ଏହା କରବା ଦ୍ୱାରା ଶରୀରରେ ପାଣିର ମାତ୍ରା କମ ହୋଇଯାଏ । ତେଣୁ ମଦ୍ୟପାନ କରିବା ସମୟରେ କେବଳ ପାଣି, ଜୁସ କିମ୍ବା ବରଫ ମିଶାଇ ପିଅନ୍ତୁ ।

ଚକୋଲେଟ-

ଚକୋଲେଟ ଖାଇବା ଦ୍ୱାରା ମସ୍ତିଷ୍କ ରିଲାକ୍ସ ହୋଇଥାଏ । ଯଦି ମଦ୍ୟପାନ କରିବା ସମୟରେ ମିଠା ଖାଆନ୍ତି ତେବେ ଆବଶ୍ୟକଠାରୁ ଅଧିକ ମଦ୍ୟପାନ କରିବାର ଆଶଙ୍କା ବଢିଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More