Only for Entertainment

ଚାକିରୀରେ ପ୍ରମୋଶନ ନମିଳିବା ପଛରେ ରହିଛି ଏହି ଖାସ କାରଣ ।

26

ଅଧିକାଂଶ ଥର ବ୍ୟକ୍ତି ପରିଶ୍ରମ କରିବା ପରେ ସଫଳତା ମିଳି ନଥାଏ ।ଯଉଁ କାରଣରୁ ମାନସିକ ଦୁଶ୍ଚିନ୍ତା ବଢିଥାଏ । ଚାକିରୀରେ କିଭଳି ପ୍ରମୋଶନ ମିଳିବାରେ ସହଜ ହେବ ତାହାର କିଛି ବାସ୍ତୁ ଉପାୟ ଆମେ ଆପଣଙ୍କୁ ଜଣାଇଥିଲୁ । କିନ୍ତୁ ଆଜି ଆମେ ଆଲୋଚନା କରିବା ଚାକିରୀରେ ପ୍ରମୋଶନ ନମିଳିବା ପଛର କାରଣ ।

ଘର ମଧ୍ୟରେ କେବେ ମଧ୍ୟ କଂଟା ଜାତୀୟ ଗଛ ଲଗାନ୍ତୁ ନାହିଁ । ଏହା ଦ୍ୱାରା ଘରର ବାସ୍ତୁ ବିଗିଡ଼ିଯାଏ ଏବଂ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ତେଣୁ ଏହାର ଧ୍ୟାନ ରଖିବା ଉଚିତ ।

ଘରର ଉତ୍ତର-ପୂର୍ବ ଦିଗରେ କେବେ ମଧ୍ୟ ଓଜନିଆ ମୂର୍ତ୍ତି ରଖନ୍ତୁ ନାହିଁ । ଏହା ଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ହୁଏ ଏବଂ ଚାକିରୀରେ ପ୍ରମୋଶନ ମିଳିବାରେ ବାଧା ସୃଷ୍ଟି ହୁଏ ।

ଯଦି ଶୋଇବା ଘରେ ବେଡ ତଳେ ଜୋତା ଚପଲ ରଖୁଥିବେ ତେବେ ସମସ୍ୟା ସୃଷ୍ଟି ହୋଇଥାଏ । ରୋଗ ଏବଂ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ ।

ଦେବୀ ଦେବତାଙ୍କ ଖଣ୍ଡ ହୋଇ ଯାଇଥିବା ମୂର୍ତ୍ତି ରଖନ୍ତୁ ନାହିଁ । ଏହା ଦ୍ୱାରା ପ୍ରମୋଶନରେ ବାଧା ସୃଷ୍ଟି ହୁଏ ।

ପୂଜା ଏବଂ ଦାନ ପାଇଁ ଘରକୁ ଆଣିଥିବା ଜିନିଷକୁ ବହୁ ଦିନ ପର୍ଯ୍ୟନ୍ତ ଘରେ ରଖନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More