Only for Entertainment

ଭୁଲରେ ମଧ୍ୟ ଘରେ ଲଗାନ୍ତୁ ନାହିଁ ଏହି ସମସ୍ତ ଗଛ, ବଢିଥାଏ ଧାର କରଜ

google
115

ଘର ଏବଂ ବଗିଚା ସଜାଇବା ପାଇଁ ଲୋକେ ଅନେକ ପ୍ରକାରର ଗଛ-ଲତା ଲଗାଇଥାନ୍ତି । ଏହା ଦ୍ୱାରା ଘର ସୁନ୍ଦର ତ ହୋଇଥାଏ ମାତ୍ର ଅଜଣାତରେ ଏପରି କିଛି ଗଛ ଲଗାଇଦେଉଥାଉ ଯାହା ଘର ଉପରେ ସିଧା ସଳଖ ନକରାତ୍ମକ ପ୍ରଭାବ ପକାଇଥାଏ । କେବଳ ଘର ଉପରେ ନୁହେଁ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଗଛ ବିଷୟରେ-

  • ନାଗଫେଣୀ ଗଛ କୌଣସି ଅଫିସ କିମ୍ବା ଘରେ ରଖନ୍ତୁ ନାହିଁ । ଏହି ଗଛ ଲାଗାଇବା ଦ୍ୱାରା ଏହାର ଛୋଟ ଛୋଟ କଣ୍ଟା ଆପଣଙ୍କୁ ଧିରେ ଧିରେ ଋଣି କରିଦିଏ ।
  • ଶାସ୍ତ୍ରରେ କୁହାଯାଇଛି ଘରେ ଏପରି ଗଛ ଲଗାନ୍ତୁ ନାହିଁ ଯେଉଁ ଗଛର କଣ୍ଟା ଥାଏ ଏବଂ କ୍ଷୀର ବାହାରିଥାଏ । ଏହି ଗଛ ପରିବାର ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଧ୍ୟାନ ରଖନ୍ତୁ ଘରେ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ ।
  • ଏହା ସହିତ କୁହାଯାଏ ବୋନସାଇକୁ ଘରେ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି ହୁଏ । ଏହା ଦେଖିବାକୁ ସୁନ୍ଦର ଲାଗିଥାଏ ମାତ୍ର ଏହା ଆପଣଙ୍କ ସମୃଦ୍ଧିରେ ବାଧା ଆଣିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More