Only for Entertainment

ଭଗବାନ ଶିବଙ୍କର ଏଭଳି ଫଟୋ ଶୁଭ ନୁହେଁ ଦେଇଥାଏ ଅଶୁଭ ସଙ୍କେତ ।

Awaaz Nation
0 134

ଭଗବାନ ଶିବଙ୍କର ଅନେକ ରୂପ ରହିଛି । ତାଙ୍କର ଅନେକ ରୂପକୁ ଆମେ ପୂଜା କରିଥାଉ । ତାଙ୍କର କିଛି ରୂପ ଶାନ୍ତ ଏବଂ ମଙ୍ଗଳକାରୀ ତ କିଛି ରୂପ ବ୍ୟଗ୍ର ଓ ବିନାଶକାରୀ ବୋଲି ସମସ୍ତଙ୍କୁ ଜଣା । ଏଭଳି ଉଗ୍ର ରୂପ କାଳ ଭୈରବ ଏବଂ ନଟରାଜ ଅଟନ୍ତି । ନଟରାଜଙ୍କ ମୂର୍ତ୍ତି ଦେଖିବାକୁ ଖୁବ ସୁନ୍ଦର ମାତ୍ର ଏହା ଭଗବାନଙ୍କର ତାଣ୍ଡବ ଏବଂ ବିନାଶକାରୀ ନୃତ୍ୟ ଅଟେ । ଏହି କାରଣରୁ ଏହି ମୂର୍ତ୍ତିକୁ ଘରେ ରଖିବା ଅନୁଚିତ । ଏହା ଅଶୁଭ ସଙ୍କେତ ଦେଇଥାଏ ।

ନାଟ୍ୟଶାସ୍ତ୍ର ଅନୁସାରେ ଭଗବାନ ଶିବ ନୃତ୍ୟ ଏବଂ ସଂଗୀତର ଜନକ ଅଟନ୍ତି ଏହି କାରଣରୁ ଭଗବାନ ଶିବ ନଟେଶ୍ୱର ଏବଂ ନଟରାଜ ଭାବେ ପରିଚିତ । ନର୍ତ୍ତକ ଏବଂ ଗାୟକ ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ଲାଗି ଏହି ମୂର୍ତ୍ତିକୁ ଘରେ ସଜାଇ ରଖିଥାଆନ୍ତି ।

ନଟରାଜଙ୍କୁ ଭଗବାନ ଶିବଙ୍କ ପ୍ରତୀକ ମାନାଯାଇଥାଏ । ହିନ୍ଦୁ ଧର୍ମରେ କାଳର ଦେବତା ମାନା ଯାଉଥିବା ଭଗବାନ ଶିବଙ୍କ ନୃତ୍ୟ ଭଙ୍ଗୀ ରୂପକୁ ନଟରାଜ ରୂପେ ଜାଣିଥାଉ । ନଟରାଜଙ୍କ ପ୍ରତମୂର୍ତ୍ତି ରେ ଭଗବାନ ଶିବ ନିଜ ନାଚରେ ଜବରଦସ୍ତ କଳା ରୂପ ଦେଖାଇ ଥିଲେ ଏବଂ ଅନ୍ୟ ପଟେ ନୃତ୍ୟ ବିନାଶର ପ୍ରତୀକ ମଧ୍ୟ ଅଟନ୍ତି । ଏହି କାରଣରୁ ଭଗବାନ ଶିବଙ୍କର ଏହି ମୂର୍ତ୍ତି ଘରେ ରଖିବା ଦ୍ୱାରା ବିନାଶ ଘଟିଥାଏ ।

ଦକ୍ଷିଣ ଭାରତ ତାମିଲନାଡୁରେ ବତିଶ ଏକର କ୍ଷେତ୍ରରେ ଦୁଇ ନଦୀର ମଧ୍ୟଭାଗ ସ୍ଥିତ ଚିଦାମ୍ବରମ୍ରେ ଏଭଳି ଶିବ ମନ୍ଦିର ରହିଛି ଯେଉଁଠାରେ ଶିବ ଲିଙ୍ଗ ନାହିଁ, ସେଠାରେ ରହିଛି କାଂସର ନଟରାଜଙ୍କ ବିରାଟ ମୂର୍ତ୍ତି । ନଟରାଜଙ୍କ ଶକ୍ତି ସ୍ୱରୂପା ନାଟ୍ୟେଶ୍ୱରୀ ମଧ୍ୟ ଅଛନ୍ତି । ସେଠାକାର ମନ୍ଦିର କାରୁକାର୍ଯ୍ୟ ଖୁବ ସୁନ୍ଦର । ଧରାପୃଷ୍ଠର ଏହି ସ୍ଥାନରେ ମଧ୍ୟ ଭଗବାନ ଶିବ ସଂଧ୍ୟା ତାଣ୍ଡବ କରିଥିଲେ । ରୌଦ୍ର ତାଣ୍ଡବ କରିଥିବା ଶିବଙ୍କୁ ରୌଦ୍ର କୁହାଯାଏ । ଆନନ୍ଦରେ ତାଣ୍ଡବ କରିଥିବା ଶିବଙ୍କୁ ନଟରାଜ କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More