Only for Entertainment

ନୂଆ ବର୍ଷର ପ୍ରଥମ ଦିନରେ କରନ୍ତୁ ଏହି କାମ । ସାରା ବର୍ଷ ମିଳିବ ଫାଇଦା ।

sendscraps.com
24

ନୂଆ ବର୍ଷ ଆସିଲେ ନୂଆ ନୂଆ ପ୍ଲାନିଙ୍ଗ ମଧ୍ୟ ହୁଏ । ତେବେ ଆପଣଙ୍କୁ ମଧ୍ୟ ସେହିଭଳି କିଛି ପ୍ଲାନିଙ୍ଗ କରିବା ଉଚିତ । ତେବେ ପ୍ରଥମ ଦିନରେ ହସ ଖୁସିକୁ ସ୍ୱାଗତ କରନ୍ତୁ ଏବଂ ସକରାତ୍ମକ ଚିନ୍ତାଧାରା ଆଣନ୍ତୁ । ଘରେ ବୟସ୍କ ବ୍ୟକ୍ତି ଅଛନ୍ତି ଯଦି ସେମାନଙ୍କର ଆଶୀର୍ବାଦ ନିଅନ୍ତୁ ।

ନୂଆ ବର୍ଷରେ କୌଣସି ଭଙ୍ଗାରୁଜା ଜିନିଷକୁ ଘରେ ରଖନ୍ତୁ ନାହିଁ । ଚେଷ୍ଟା କରନ୍ତୁ ଯେପରି କଳା ରଙ୍ଗର ଡ୍ରେସ ନ ପିନ୍ଧନ୍ତି । ଲାଲ କିମ୍ବା କୌଣସି ଗାଢା ରଙ୍ଗର ପୋଷାକ ପରିଧାନ କରନ୍ତୁ । ଏହା ସହିତ ଘରକୁ ସଫା ମଧ୍ୟ କରନ୍ତୁ ।

ନୂଆ ବର୍ଷରେ ପର୍ସ କିମ୍ବା ଆଲମୀରାରେ କିଛି ଟଙ୍କା ରଖନ୍ତୁ । ଏଭଳି କଲେ ସାରା ବର୍ଷ ଦରିଦ୍ରତାରୁ ମୁକ୍ତି ମିଳିବ । ଏହା ସହିତ ଏହି ଦିନ ଘରେ ପୂଜା କରି ମସସ୍ତଙ୍କୁ ପ୍ରସାଦ ଦିଅନ୍ତୁ । ବିଶେଷ କରି ନିଜର ସମସ୍ତ କରଜ ସୁଝି ଦିଅନ୍ତୁ ।

କୁହାଯାଏ ଏହି ଦିନ ଘରକୁ ଯିଏ ଆସନ୍ତି ତାଙ୍କର ପ୍ରଭାବ ସାରା ବର୍ଷ ପଡ଼ିଥାଏ । ତେଣୁ ଭାବିଚିନ୍ତି ଅତିଥିଙ୍କୁ ଡାକନ୍ତୁ । ଏହି ଦିନ କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ । ଉଦ୍ଧାର ଦେଲେ ସାରା ବର୍ଷ ଆପଣଙ୍କ ହାତ ଖାଲି ରହିବ । ଛୁରୀ ଏବଂ କଇଁଚି ଘରକୁ ଆଣନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More