Only for Entertainment

ବର୍ଥଡେ ସ୍ପେଶାଲ : ଅଜୟ ଦେବଗନ ଷ୍ଟାରର ଫିଲ୍ମ ଆକ୍ସନ ଜାକସନରେ ନଜର ଆସିଥିଲେ ପ୍ରଭାସ !

43

ସାଉଥ ଷ୍ଟାର ପ୍ରଭାସ ପୂରା ଦେଶରେ ପରିଚିତ କେବଳ ରାଜା ମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବାହୁବଲୀ’ଜରିଆରେ ହୋଇଥିଲେ , କାରଣ ଏହି ଫିଲ୍ମ ପ୍ରଭାସ ଦେଶ ବିଦେଶରେ ପ୍ରସିଦ୍ଧ ବନାଇଥିଲା । ୨୦୧୭ରେ ଆସିଥିବା ଫିଲ୍ମର ଦ୍ୱିତୀୟ ଭାଗ ପରେ ଏବେ ଦର୍ଶକ ତାଙ୍କୁ ଆଉ ଥରେ ଦେଖିବା ଲାଗି ଚାତକ ପରି ଚାହିଁ ରହିଛନ୍ତି । ପ୍ରଭାସ ଏବେ ତାଙ୍କ ଅପକମିଂ ଫିଲ୍ମ ‘ସାହୋ’ପାଇଁ ବ୍ୟସ୍ତ ଅଛନ୍ତି । ଯାହାର ଟିଜର ତାଙ୍କ ବର୍ଥଡେ ସ୍ୱରୂପ ଆଜି ଦର୍ଶକଙ୍କୁ ଭେଟି ଦିଆଯାଇପାରେ । ଆସନ୍ତୁ ଜାଣିବା ପ୍ରଭାସଙ୍କ ସମ୍ପର୍କରେ –

ପ୍ରଭାସଙ୍କ ପ୍ରଥମ ଫିଲ୍ମ ୨୦୦୨ରେ ଆସିଥିଲା । ଏହି ଫିଲ୍ମର ନାଁ ଈଶ୍ୱର ଥିଲା । ଯାହା ଆମେ ଆପଣଙ୍କୁ ଆଗରୁ କହିଛୁ ।


ଆପଣ ଜାଣନ୍ତି କି ବାହୁବଲୀ ପୂର୍ବରୁ ପ୍ରଭାସ ହିନ୍ଦୀ ଫିଲ୍ମରେ ନଜର ଆସିଥିଲେ ? ଆଜ୍ଞା ହଁ, ବାହୁବଲୀ ପୁର୍ବେ ପ୍ରଭାସ ଅଜୟ ଦେବଗନଙ୍କ ଫିଲ୍ମ ‘ଆକ୍ସନ ଜାକସନ’ରେ ନଜର ଆସିଥିଲେ । ଏହି ଫିଲ୍ମର ଏକ ଗୀତରେ ସୋନାକ୍ଷୀଙ୍କ ସହ ଡ୍ୟାନ୍ସରେ ତାଳ ମିଳାଉଥିବାର ନଜର ଆସିଥିଲେ ।

ପ୍ରଭାସ ସାଉଥ ଇଣ୍ଡିଆର ପ୍ରଥମ ଅଭିନେତା ଅଟନ୍ତି ଯାହାଙ୍କ ଷ୍ଟାଚୁ ମ୍ୟାଡମ ତୁସାଦ ମ୍ୟୁଜିୟମରେ ଲଗାଯାଇଛି ।


ପ୍ରଭାସଙ୍କ ତାଙ୍କ ଫିଲ୍ମ ‘ମିରଚୀ’ପାଇଁ ଷ୍ଟେଟ ଆୱାର୍ଡ ଏବଂ ନନ୍ଦୀ ଆୱାର୍ଡ ମଧ୍ୟ ପାଇଛନ୍ତି । ଏହି ଦୁଇ ଆୱାର୍ଡ ସାଉଥ ସିନେମାର ସବୁଠାରୁ ନାମୀ ଆୱାର୍ଡ ଅଟେ ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରଭାସ ନିଜର ୩୯ତମ ବର୍ଥଡେ ସେଲିବ୍ରେଟ କରୁଛନ୍ତି ଏବଂ ଆମ ତରଫରୁ ଓ ତାଙ୍କ ଫ୍ୟାନ୍ସଙ୍କ ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More