Only for Entertainment

ଶ୍ରୀଲଙ୍କାରେ ମିଳିଲା ଡା. ମଶହୁର ଗୁଲାଠିର ଯାଆଁଳା ଭାଇ, ଫଟୋ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

MissMalini
0 91

ଅଭିନେତା, ଗାୟକ ଏବଂ ଉପସ୍ଥାପକ ମେୟାଙ୍ଗ ଚାଙ୍ଗ ଆଜିକାଲି ଶ୍ରୀଲଙ୍କାରେ ଛୁଟି କଟାଉଛନ୍ତି । ଶ୍ରୀଲଙ୍କାରେ ମଉଜ ମସ୍ତିର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରୁଥିବାର ଦେଖିବାକୁ ମିଳିଛି । ନିକଟରେ ସେ ଏକ ଫଟୋ ଶେୟାର କରିଛନ୍ତି ଯାହାର ଚେହେରା ‘କପିଲ ଶର୍ମା ଶେ’ର ଲୋକପ୍ରିୟ ଚରିତ୍ର ଡ, ମଶହୁର ଗୁଲାଠି ସହିତ ମିଶୁଥିବା ଦେଖିବାକୁ ମିଳିଛି ।

ଏହି ହଲିଡେରେ ଚାଙ୍ଗ ଏହି ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚାଙ୍ଗ ଏହି ବ୍ୟକ୍ତଙ୍କ ସହିତ ସେଲ୍ଫି ନେଇ ଏହି ଫଟୋରେ ସୁନିଲ ଗ୍ରୋଭରଙ୍କୁ ଟ୍ୟାଗ କରି ଟୁଇଟ କରିଥିଲେ । ସେହିପରି ସୁନିଲ ମଧ୍ୟ ଏହି ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁନିଲ ରିପ୍ଲାଇ ଦେଇଥିଲେ ‘ହା ହା ହା ମୋତେ ବିଶ୍ୱାସ ହେଉନାହିଁ । ଏପରି କିଏ ଦେଖାଯାଏ ଭାଇ ।’

ଆପଣଙ୍କୁ କହି ରଖୁଛୁ ଯେ ସୁନିିଲ କପିଲଙ୍କ ଶୋ’ ଛାଡିବା ପରେ ଖୁବ ଶୀଘ୍ର ଡିଜିଟାଲ ସିରିଜ ଜରିଆରେ କମବ୍ୟାକ କରୁଛନ୍ତି । ଏହି ଶୋ’ରେ ତାଙ୍କ ସହିତ ବିଗ ବସ୍ ୱିନର ଶିଳ୍ପା ଶିନେ୍ଧ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More