Only for Entertainment

କାନରୁ ବାହାରିଲା ଜିଅନ୍ତା ଝିଟିପିଟି ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ

zee news
23

ଦକ୍ଷିଣ ଚୀନର ଗୁଆଙ୍ଗଜୋ ସହରରେ ଏକ ଅଜବ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଠାକାର ଜଣେ ବ୍ୟକ୍ତିଙ୍କ କାନରୁ ବାହାରିଛି ଜିଅନ୍ତା ଝିଟିପିଟି । ଡାକ୍ତରମାନେ ମଧ୍ୟ କାନ ଭିତରୁ ଏହା ବାହାରିବା ନେଇ କେବେ ବି କଳ୍ପନା କରିନଥିଲେ । ଏଠାକାର ଜଣେ ବ୍ୟକ୍ତି ଘରେ ଶୋଇଥିବା ସମୟରେ ତାଙ୍କ କାନରେ କ’ଣ ଏକ ପସିବା ଅନୁଭବ କରିଥିଲେ । ଏହାପରେ କାନରେ ସାମାନ୍ୟ ଯନ୍ତ୍ରଣା ହୋଇଥିଲା । ପରେ ବ୍ୟକ୍ତି ଜଣଙ୍କ ଏହି ଘଟଣାକୁ ଗୁରୁତ୍ୱ ଦେଇନଥିଲେ । ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଲା ବାଧ୍ୟରେ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଆଉ ଡାକ୍ତର କାନ ଭିତରେ ଏକ ଝିଟିପିଟି ଥିବା ଜାଣିପାରିଥିଲେ । ସେତେବେଳକୁ ଝିଟିପିଟି ଉକ୍ତ ବ୍ୟକ୍ତିଙ୍କ କାନର ପରଦାକୁ କଣା କରିଦେଇଥିଲା ।

ଏହାପରେ ଡାକ୍ତରମାନେ କାନର ଅପରେସନ୍‍ କରି ଜିଅନ୍ତା ଝିଟିପିଟିକୁ କାଢିଥିଲେ । ଝିଟିପିଟି ବାହାରିବା ପରେ ଉକ୍ତ ବ୍ୟକ୍ତିଙ୍କ ଯନ୍ତ୍ରଣା ସିନା କମ୍‍ ହୋଇଛି, ହେଲେ ସେ ଶ୍ରବଣ ଶକ୍ତି ହରାଇସାରିଛନ୍ତି । ଏହି ଘଟଣା ଏବେ ସେଠାରେ ଚର୍ଚ୍ଚା ସୃଷ୍ଟି କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More